କନକବ୍ୟୁରୋ : ପୁରୀରେ ଚାଲିଛି ବିଜେପିର ପ୍ରଶିକ୍ଷଣ ଶିବିର । ଆଜି ଦ୍ବିତୀୟ ଦିନରେ ବିଧାୟକ ଓ ସାଂସଦମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ବରିଷ୍ଠ ନେତାମାନେ ସାଂସଦ ଓ ବିଧାୟକଙ୍କ କ୍ଲାସ ନେବେ । ଆଜି ୪ଟି ସେସନ୍‌ରେ କ୍ଲାସ ନିଆଯିବ । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ସମନ୍ଵୟ, ସାଙ୍ଗଠନିକ ସରଞ୍ଚନା , କାର୍ଯ୍ୟକର୍ତ୍ତାଙ୍କ ସହ ସମନ୍ଵୟ ଆଦି ବିଷୟରେ ଅଧିକ ଜାଣିବେ ନେତା ।

Advertisment

ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁଙ୍କ ଭଳି ନୂଆ କରି ରାଜନୀତିରେ ସୋପାନ ଚଢୁଥିବା ଯୁବ ବିଧାୟକ, ସାଂସଦଙ୍କ ପାଇଁ ଆହୁରି ଗୁରୁତ୍ବପୂର୍ଣ୍ଣ ରହିବ ଏହି ସେସନ୍ । ପ୍ରଶିକ୍ଷଣ ମଝିରେ ଫୁରସତ ସମୟରେ ଶାରୀରିକ କାର୍ଯ୍ୟକଳାପ ବା ଖେଳ ପାଇଁ ସମୟ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ  । ଏହା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୋହନ ମାଝୀ  ।  ଓଡ଼ିଆ ନବବର୍ଷ ପାଇଁ କ୍ୟାଲେଣ୍ଡରର ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ପ୍ରଥମ ଦିନରେ ଆୟୋଜିତ ପ୍ରଶିକ୍ଷକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । 

ନେତାଙ୍କୁ ନଡ୍ଡାଙ୍କ ମନ୍ତ୍ର
- ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ
- ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ
- ଦଳର ଯୋଜନାଗୁଡ଼ିକ ସମାଜର ଶେଷବ୍ୟକ୍ତି ପାଖରେ ପହଞ୍ଚାଅ 
- ଯୋଜନା ସମ୍ପର୍କରେ ଗ୍ରାଉଣ୍ଡକୁ ଯାଇ ତଦାରଖ କର 

- ସରକାର ସହ ସଂଗଠନକୁ ନେଇକି ଚାଲ
- ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କର
- ସରକାର ସହ ସୁସମ୍ପର୍କ ରକ୍ଷା କରି ସଂଗଠନକୁ ମଜଭୁତ କର
- ଗାଁ ଓ ବୁଥକୁ ଯାଇ ସମୟ ଅତିବାହିତ କର
- ଗ୍ରାଉଣ୍ଡକୁ ଯାଅ, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଅଧଘଣ୍ଟା ବସ
- ଦଳିତ ପରିବାର ପାଖକୁ ଯାଅ, ସେମାନଙ୍କ ସମସ୍ୟା ସମାଧାନ କର 

ଏଥିସହ ପୁରୀରେ ବିଧାୟକ ଓ ସାଂସଦ ପ୍ରଶିକ୍ଷଣ ଚାଲିଥିବା ବେଳେ ଗତକାଲି ରାତିରେ ଲିଜର ଟାଇମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । କ୍ଲାସ ଓ ଟାସ୍କ ପରେ ଫୁରସତରେ ନିଜେ ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ନିଜର କଳା ପଦର୍ଶନ କରିଥିଲେ ।  ପ୍ରଶିକ୍ଷଣ ବର୍ଗର ଆଲୋଚନା ଭିତରେ ଫୁରସତ ସମୟରେ ଓଡ଼ିଆ ସଂସ୍କୃତିର ନାଚ ଉପଭୋଗ କରିଥିଲେ  ମନ୍ତ୍ରୀ, ବିଧାୟକ । ପୁରୀ ସ୍ଥିତ ଶ୍ରୀସ୍ବାମୀ  ନାରାୟଣ ମୁଖ୍ୟ ମନ୍ଦିର ପରିସରରେ ଚାଲିଛି ବିଜେପି ବିଧାୟକ ଓ ସାଂସଦଙ୍କ ପ୍ରଶିକ୍ଷଣ  ।