କନକ ବ୍ୟୁରୋ: ଟ୍ୱିନସିଟି ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ । ପ୍ରକଳ୍ପ ପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି । ୩୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‌ଙ୍କ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର । କଟକ-ଭୁବନେଶ୍ୱରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢୁଥିବାରୁ ଆଉ ଏକ ବ୍ରିଜ ପାଇଁ ଦାବି ହୋଇଥିଲା । ତେବେ ତ୍ରିଶୂଳିଆରେ ଆଉ ଏକ ବ୍ରିଜ ଟ୍ରିନସିଟିର ଟ୍ରାଫିକ ସମସ୍ୟାକୁ ଦୂର କରିବ ।

Advertisment