କନକ ବ୍ୟୁରୋ: ରଥଯାତ୍ରାରେ ନୀତି ଶୃଙ୍ଖଳିତ କଲେ ପୁରସ୍କୃତ ହେବେ ସେବାୟତ । ୨ କୋଟି ୨୫ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅର୍ଥରାଶିକୁ ଅନୁମୋଦନ କରିଛି ଆଇନ ବିଭାଗ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛି ଆଇନ ବିଭାଗ । ଏ ବର୍ଷ ରଥଯାତ୍ରାରେ  ନୀତି ସଅଳ ଓ  ଶୃଙ୍ଖଳିତ ଭାବେ ସମାପନ ହେଲେ ସେବାୟତଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛି ଆଇନ ବିଭାଗ ।  ଦଇତାପତି ନିଯୋଗକୁ ସ୍ୱତନ୍ତ୍ର ଭାବେ ଏହି ରାଶି ପ୍ରଦାନ କରିବାକୁ ଆଇନ ବିଭାଗ ଅନୁମୋଦନ କରିଛି । ଏହି ରାଶି ଶ୍ରୀମନ୍ଦିର ପ୍ରଶାସନ ପାଣ୍ଠିରୁ ପ୍ରଦାନ କରାଯାଇପାରିବ ବୋଲି ଚିଠିରେ ଦର୍ଶାଯାଇଛି । ପରେ ସେହି ଅର୍ଥକୁ ରାଜ୍ୟ ସରକାର ଅତିରିକ୍ତ ବଜେଟରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବେ ବୋଲି କୁହାଯାଇଛି । 

Advertisment

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀକୁ ଜଗିବେ ୭୦ ପ୍ଲାଟୁନ ଫୋର୍ସ । ୪ ଜଣ ଏସପି ରାଙ୍କ କମାଣ୍ଡାଣ୍ଟ, ୪୫୦ ପୁଲିସ ଅଧିକାରୀ ମଧ୍ୟ ମୁତୟନ ହେବେ । ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ଆଜି ପୁଲିସ ବିଭାଗ ପକ୍ଷରୁ ସୁରକ୍ଷା ସମୀକ୍ଷା ବୈଠକ ହୋଇଛି । କେନ୍ଦ୍ରାଞ୍ଚଳ ଆଇଜି ଏସ୍. ପ୍ରବୀଣ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ପୁରୀର ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାର ।