ମାଡ ମାରିବା ଘଟଣାରେ ସେବାୟତ ନିଲମ୍ବିତ ; ବେଆଇନ ରାବିଡି ବିକ୍ରିକୁ ନେଇ ହୋଇଥିଲା ଗଣ୍ଡଗୋଳ

ପୁରୀରେ ବରିଷ୍ଠ ସେବାୟତ ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣା । ଅନ୍ୟଜଣେ ସେବାୟତ ଅମ୍ରିତାଂଶୁ ସାମନ୍ତରାୟଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆନନ୍ଦ ବଜାରରେ ବେଆଇନ୍ ରାବିଡି ବିକ୍ରିକୁ ନେଇ ହୋଇଥିଲା ଗଣ୍ଡଗୋଳ ।

Puri_111111111

କନକ ବ୍ୟୁରୋ:  ପୁରୀରେ ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ଜଣେ ସେବାୟତଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନିଲମ୍ବିତ ସେବାୟତ ହେଉଛନ୍ତି ଅମ୍ରିତ୍ରାଂଶୁ ସାମନ୍ତରାୟ । 

ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ୍ ଭାବେ ରାବିଡି ବିକ୍ରି ପ୍ରସଙ୍ଗକୁ ନେଇ ବକ୍ସିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଅମ୍ରିତ୍ରାଂଶୁ ସାମନ୍ତରାୟ ସମ୍ପୃକ୍ତ ଥିବା ନେଇ ପୁରୀ ପୋଲିସ ସୂଚନା ଦେବା ପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶକୁ ମଧ୍ୟ ବାରଣ କରାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe