ରୋଜଗାରର ମାଧ୍ୟମ ପାଲଟିଛି ସମୁଦ୍ର ଘାସ । ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇଛନ୍ତି ୨ଶହ ମହିଳା

୨୦୨୪ ମସିହାରେ ମିଶନ ଶକ୍ତି ଜରିଆରେ ୪୦ ଜଣ ମହିଳା ଏକ ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ । ଏହି ଗୋଷ୍ଠୀ ଥରେ ମାତ୍ର ସେମାନଙ୍କ ଉତ୍ପାଦିତ ସାମଗ୍ରୀ ମିଶନ ଶକ୍ତି ମାଧ୍ୟମରେ ବିକ୍ରି କରିବାର ସୁଯୋଗ ପାଇଥିଲା । ଏବେ ମିଶନ ଶକ୍ତି ବଜାର ଏସବୁ କିଣୁ ନଥିବା ବେଳେ ସରକାରୀ ଷ୍ଟଲ୍ ମଧ୍ୟ ମିଳୁନାହିଁ ।

CZSDFSFWE

କନକ ବ୍ୟୁରୋ : ପୂର୍ବକାଳରେ ମହିଳାମାନେ ସମୁଦ୍ର କୂଳିଆ ଘାସରୁ ବିଭିନ୍ନ ଗୃହ ଉପକରଣ ପ୍ରସ୍ତୁତ କରି ବ୍ୟବହାର କରୁଥିଲେ। କିନ୍ତୁ ଏବେ ମିଶନ ଶକ୍ତି ଜରିଆରେ ଉତ୍ପାଦକ ଗୋଷ୍ଠୀ ଗଠନ କରି ଏହାକୁ ମହିଳାମାନେ ରୋଜଗାରର ମାଧ୍ୟମ କରିଛନ୍ତି ।  ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ କୃଷ୍ଣନଗର ଗାଁକୁ ଲାଗି ରହିଛି ବଙ୍ଗୋପସାଗର । ଗାଁର ପ୍ରାୟ ମହିଳା ଫୁରସତ ସମୟରେ ସମୁଦ୍ର କୂଳକୁ ଯାଇ ଘାସ ସଂଗ୍ରହ କରି ତାକୁ ପାଣିରେ ଧୋଇ ଶୁଖାଇ ଥାଆନ୍ତି। ଶୁଖିଗଲା ପରେ ସେଥିରୁ ଫୁଲ ଚାଙ୍ଗୁଡି, ପାଛିଆ, ଟୋକେଇ, ଡାଲା, କୁଞ୍ଚା,  ଆଦି ବିଭିନ୍ନ ଗୃହ ଉପକରଣ ସାମଗ୍ରୀ ତିଆରି କରିଥାନ୍ତି । ଏସବୁ ଜିନିଷ ଭଲ ବିକ୍ରି ହେଉଛି ।

୨୦୨୪ ମସିହାରେ ମିଶନ ଶକ୍ତି ଜରିଆରେ ୪୦ ଜଣ ମହିଳା ଏକ ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ । ଏହି ଗୋଷ୍ଠୀ ଥରେ ମାତ୍ର ସେମାନଙ୍କ ଉତ୍ପାଦିତ ସାମଗ୍ରୀ ମିଶନ ଶକ୍ତି ମାଧ୍ୟମରେ ବିକ୍ରି କରିବାର ସୁଯୋଗ ପାଇଥିଲା । ଏବେ ମିଶନ ଶକ୍ତି ବଜାର ଏସବୁ କିଣୁ ନଥିବା ବେଳେ ସରକାରୀ ଷ୍ଟଲ୍ ମଧ୍ୟ ମିଳୁନାହିଁ । ମହିଳାମାନେ  ପଶ୍ଚିମବଙ୍ଗ ବଜାର ଓ ଆଖପାଖରେ ଆୟୋଜିତ ଛୋଟବଡ଼ ମେଳାରେ ବିକ୍ରି କରୁଛନ୍ତି। ଏସବୁ ସାମଗ୍ରୀ ଆକର୍ଷଣୀୟ ହୋଇଥିବା ବେଳେ ପ୍ରଚାର ପ୍ରସାରରେ ଅଭାବ ରହିଛି । ସରକାରୀ ସ୍ତରରେ ତାଲିମ, ଆର୍ଥିକ ସହାୟତା ଓ ବଜାର ସୁବିଧା ମିଳିଲେ ମହିଳାମାନେ ଉପକୃତ  ହୁଅନ୍ତେ ।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କୃଷ୍ଣନଗର ଗାଁରେ ୪୦ ଜଣ ମହିଳାଙ୍କୁ ନେଇ ଗଠିତ ଉତ୍ପାଦକ ଗୋଷ୍ଠୀର ସଭ୍ୟା ସଂଖ୍ୟା ୨ ଶହ ଟପିଲାଣି । କାହା ଉପରେ ନିର୍ଭର ନକରି ଆତ୍ମନିର୍ଭରଶୀଳ ହେବା ପାଇଁ ମହିଳାଙ୍କ ଆଗ୍ରହ ବଢୁଛି । ଅଧିକ ସରକାରୀ ସହାୟତା ମିଳିଲେ ସେମାନେ ଆହୁରି ଆଗକୁ ବଢ଼ି ପାରନ୍ତେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe