କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଏନ୍ଡିଏ ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ଘୋଷଣା ହୋଇପାରେ । ଏନ୍ଡିଏର କେଉଁ ସହଯୋଗୀ ଦଳଙ୍କୁ କେତେ ଆସନ ମିଳୁଛି, ତା’ଉପରେ ସମ୍ପୃକ୍ତ ଦଳର ନେତା ନଜର ରଖିଛନ୍ତି । ଏନ୍ଡିଏରେ ବିଜେପି ସମେତ ଜେଡିୟୁ, ଲୋକ ଜନଶକ୍ତି ପାର୍ଟି- ରାମବିଳାସ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା- ସେକୁଲାର, ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ଅଛନ୍ତି । ଆସନ ବଣ୍ଟନ ନେଇ ଏନ୍ଡିଏ ନେତା ଅମିତ ଶାହ, ଜେ.ପି. ନଡ୍ଡା ଓ ଅନ୍ୟ ନେତାମାନେ ମାରାଥନ ଆଲୋଚନା କରିଛନ୍ତି । ଆସନ ବଣ୍ଟନ ସହ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ମଧ୍ୟ ଆଜି ଆଲୋଚନା କରାଯିବାର ସମ୍ଭାବନା ଅଛି ।
ସେହିପରି ଇଣ୍ଡିମେଣ୍ଟରେ ମଧ୍ୟ ଆସନ ବଣ୍ଟନ ନେଇ ନେତାମାନେ ଆଲୋଚନା ଚଳାଇଛନ୍ତି । ବିଭିନ୍ନ ସହଯୋଗୀ ଦଳ ଅଧିକ ଆସନ ଦାବି କରୁଥିବାରୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁନାହିଁ । ଇଣ୍ଡିମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା- ଜେଏମଏମ କହିଛି, ସମ୍ମାନଜନକ ଆସନ ନମିଳିଲେ ଦଳ ଭିନ୍ନ ନିଷ୍ପତ୍ତି ନେଇପାରେ । ଜେଏମଏମ୍ ବିହାରରେ ଅତିକମରେ ୧୨ଟି ଆସନ ଦାବି କରୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ନୂଆଦିଲ୍ଲୀରେ ଆରଜେଡି ନେତା ତେଜସ୍ୱୀ ଯାଦବ ସାକ୍ଷାତ କରିବେ । ଇଣ୍ଡିମେଣ୍ଟରେ ଆସନ ବଣ୍ଟନ ନେଇ ଦୁଇନେତା ଆଲୋଚନା କରିବେ । ବିହାର ବିଧାନସଭା ନିର୍ବାଚନ ପାଇଁ ଅନ୍ୟ ଦଳ ମଧ୍ୟ ଜୋରଦାର କସରତ ଚଳାଇଛନ୍ତି । ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ନିର୍ବାଚନକୁ ଓହ୍ଲାଉଥିବାରୁ ସମୀକରଣ ଗଡ଼ବଡ଼ ହେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/12/40-2025-10-12-16-23-22.jpg)