ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚାଲିଛି କଳାକାର ଖୋଜା

ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚାଲିଛି କଳାକାର ଖୋଜା । ଅଭିନୟ ପାଇଁ ପ୍ରଥମ ପର୍ଯ୍ୟାୟ କଳାକାର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି ।

5

Photograph: (KANAKNEWS)

କନକବ୍ୟୁରୋ :  ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚାଲିଛି କଳାକାର ଖୋଜା । ଅଭିନୟ ପାଇଁ ପ୍ରଥମ ପର୍ଯ୍ୟାୟ କଳାକାର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି ।  ସ୍ଥାନୀୟ ଟାଉନ୍‌ ହଲରେ ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ଓ ସେନାପତି ଚରିତ୍ରରେ ଅଭିନୟ ପାଇଁ କଳାକାରମାନେ ଅଡିସନ୍ ଦେଇଛନ୍ତି  ।  ଏଥିରୁ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ ସେମାନେ ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ ଅଭିନୟ କରିବାର ସୁଯୋଗ ପାଇବେ  ।  

ଅଧିକ ପଢନ୍ତୁ... ସରିଲା ଖେଳାଳି ରିଟେନ୍ ଆଉ ରିଲିଜ୍: କାହା ପାଖରେ ରହିଲା କେତେ ଟଙ୍କା?

ଚଳିତ ବର୍ଷ ଧନୁଯାତ୍ରାକୁ ୭୮ ବର୍ଷ ପୂର୍ତ୍ତି ହେବା  ଅବସରରେ କମିଟି ନିୟମ ଅନୁଯାୟୀ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂତନ କଳାକାର ଚୟନ କରିବାକୁ ନିଷ୍ପତ୍ତି ନିଆଯାଇଛି  ।  ଆସନ୍ତା ୧୭ ତାରିଖ ଯାଏଁ ଯାତ୍ରାର ବିଭିନ୍ନ ଚରିତ୍ର କଂସ, ମହାମନ୍ତ୍ରୀ, ସେନାପତି, ଚାଣ୍ଡୁର, ମୁଷ୍ଟିକ, ସାତ୍ତିକୀ, ଅକ୍ରୁର, ଉଗ୍ରସେନ, ବସୁଦେବ, ଦେବକୀ , ନାରଦ ଆଦି ଭୂମିକାରେ ଅଭିନୟ ପାଇଁ କଳାକାରଙ୍କ ଦକ୍ଷତା ପରଖାଯିବ  ।  

ପ୍ରଥମ ପର୍ଯ୍ୟାୟରେ ୧୦ଜଣ ଉଗ୍ରସେନ, ୧୪ଜଣ ବସୁଦେବ, ୯ ଜଣ ଦେବକୀ , ୧୮ ଜଣ ନାରଦ ଓ ୧୭ ଜଣ ଅକ୍ରୁର ସହ ଚାଣ୍ଡୁର ମୁଷ୍ଟିକ ଭୂମିକା ଚରିତ୍ରରେ ଅଭିନୟ ପାଇଁ ଦକ୍ଷତା ପ୍ରଦର୍ଶନ କରିଛନ୍ତି ।  ଆଜି ଅକ୍ରୁର, ମହାମନ୍ତ୍ରୀ ଓ ସେନାପତି ପାଇଁ ଏବଂ ୧୭ ତାରିଖରେ ମହାରାଜ କଂସ ଚରିତ୍ର ପାଇଁ କଳାକାର ଚୟନ ହେବ ।  ଯାହାକୁ ନେଇ କଳାକାର ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି  ।  

ଅଧିକ ପଢନ୍ତୁ.. ନୀତୀଶଙ୍କ ଦଳ ଜିତିଲା ୨୫ରୁ ଅଧିକ ସିଟ୍; ରାଜନୀତି ଛାଡ଼ିଦେବେ କି ପ୍ରଶାନ୍ତ କିଶୋର?

ଚଳିତ ବର୍ଷ ସମୁଦାୟ ୨୯୧ ଜଣ କଳାକାର ଆବେଦନ କରିଥିବା ବେଳେ ମହାରାଜ କଂସ ପାଇଁ ୪୪ ଜଣ, ମହାମନ୍ତ୍ରୀ ପାଇଁ ୩୩ ଜଣ, ସାର୍ତକି ପାଇ ୧୦ ଜଣ ,  ସେନାପତି ପାଇଁ ୭୪ ଏବଂ ଚାଣୁର  ମୁଷ୍ଟିକ  ପାଇ ୨୦ ଜଣ, ଅକ୍ରୁର ପାଇ ୨୦ ଜଣ, ବସୁଦେବ ପାଇ ୩୦ ଜଣ, ନାରଦ ପାଇଁ ୧୪ଜଣ, ଉଗ୍ରସେନ ପାଇ ୧୧ ଜଣ ଓ ଦେବକୀ ପାଇ ୧୪ ଜଣ କଳାକାର ଆବେଦନ କରିଛନ୍ତି  ।

ଏହି କଳାକାର ଚୟନ ଜିଲ୍ଲା ତଥା ଜିଲ୍ଲା ବାହାରର ବରିଷ୍ଠ କଳାକାର, ନାଟ୍ୟ ନିର୍ଦ୍ଦେଶକଙ୍କ ଦ୍ବାରା କରାଯାଉଛି ।  ଉଚ୍ଚକୋଟିର କଳାକାରଙ୍କୁ ଧନୁଯାତ୍ରାରେ ସୁଯୋଗ ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।  

ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚାଲିଛି କଳାକାର ଖୋଜା 
ଅଭିନୟ ପାଇଁ ପ୍ରଥମ ପର୍ଯ୍ୟାୟ କଳାକାର ଚୟନ ପ୍ରକ୍ରିୟା ଅନୁଷ୍ଠିତ
ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ଓ ସେନାପତି ଚରିତ୍ର ପାଇଁ ଅଡିସନ୍ 
ଆସନ୍ତା ୧୭ ତାରିଖରେ ହେବ କଂସ ଚରିତ୍ର ପାଇଁ ହେବ କଳାକାର ଚୟନ 
ମହାମନ୍ତ୍ରୀ, ସେନାପତି, ଚାଣ୍ଡୁର, ମୁଷ୍ଟିକ, ଅକ୍ରୁର ଆଦି କଳାକାର ଚୟନ 
ଚଳିତ ବର୍ଷ ସମୁଦାୟ ୨୯୧ ଜଣ କଳାକାର ଆବେଦନ କରିଛନ୍ତି
ମହାରାଜ କଂସ ଚରିତ୍ର ପାଇଁ ୪୪ ଜଣ କଳାକାର ଆବେଦନ କରିଛନ୍ତି  
କଳାକାର ଚୟନ କରୁଛନ୍ତି ବରିଷ୍ଠ କଳାକାର ଓ ନାଟ୍ୟ ନିର୍ଦ୍ଦେଶକ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe