ମହାନଦୀରେ ଚାଲିଛି ସର୍ଚ୍ଚ ଅପରେସନ୍ ; ମିଳୁନି ୨ ନାବାଳକଙ୍କ ପତ୍ତା

ଏଯାଏଁ ମିଳୁନି ସମ୍ବଲପୁର ମହାନଦୀରେ ଭାସିଯାଇ ନିଖୋଜ ହୋଇଥିବା ଦୁଇ ନାବାଳକଙ୍କ ପତ୍ତା । ସକାଳୁ ପୁଣି ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଆରମ୍ଭ । ଗଧୋଇବାକୁ ଯାଇ ଗତକାଲି ଭାସିଯାଇଥିଲେ ଦୁଇ ଜଣ ।

16----

କନକ ବ୍ୟୁରୋ: ମହାନଦୀରେ ଭାସିଯାଇ ଦୁଇ ନାବାଳକ ନିଖୋଜ ଘଟଣାରେ ସମ୍ବଲପୁର ରିଂରୋଡ ସ୍ଥିତ ସଡକଘାଟ ଚାଲିଛି ସର୍ଚ୍ଚ ଅପରେସନ୍ । ଅଗ୍ନିଶମ ବାହିନୀ ପକ୍ଷରୁ ରେସକ୍ୟୁ ଅପରେସନ ଆଜି ସକାଳୁ ପୁଣି ଆରମ୍ଭ ହୋଇଛି । 

ଗତକାଲି ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ଉଦ୍ୟମ କରାଯାଇଥିଲେ ମଧ୍ୟ ଦୁଇ ନାବାଳକଙ୍କ କୌଣସି ପତ୍ତା ମିଳିନଥିଲା । ରାତି ହୋଇଯିବାରୁ ଉଦ୍ଧାର ଅଭିଯାନକୁ ସ୍ଥଗିତ ରଖାଯାଇଥିଲା । ଆଜି ପୁଣି ସକାଳୁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି । ଗତକାଲି ଗାଧୋଇବାକୁ ଯାଇ ସମ୍ୱଲପୁର ତିୱାରୀ ଗଳିର ଦୁଇ ନାବାଳକ ନିଖୋଜ ହୋଇଯାଇଥିଲେ । ନିଖୋଜ ଦୁଇ ନାବାଳକ ହେଲେ ତିୱାରୀ ଗଳିର ଏସ କନିଷ୍କ ଓ ହିମାଂଶୁ । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୩ଟା ସମୟରେ ୩ ଜଣ ନାବାଳକ ମହାନଦୀରେ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ୨ଜଣ ନାବାଳକ ଭାସି ଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe