କନକ ବ୍ୟୁରୋ: ମହାନଦୀରେ ଭାସିଯାଇ ଦୁଇ ନାବାଳକ ନିଖୋଜ ଘଟଣାରେ ସମ୍ବଲପୁର ରିଂରୋଡ ସ୍ଥିତ ସଡକଘାଟ ଚାଲିଛି ସର୍ଚ୍ଚ ଅପରେସନ୍ । ଅଗ୍ନିଶମ ବାହିନୀ ପକ୍ଷରୁ ରେସକ୍ୟୁ ଅପରେସନ ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ।
ଗତକାଲି ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ଉଦ୍ୟମ କରାଯାଇଥିଲେ ମଧ୍ୟ ଦୁଇ ନାବାଳକଙ୍କ କୌଣସି ପତ୍ତା ମିଳିନଥିଲା । ରାତି ହୋଇଯିବାରୁ ଉଦ୍ଧାର ଅଭିଯାନକୁ ସ୍ଥଗିତ ରଖାଯାଇଥିଲା । ଆଜି ପୁଣି ସକାଳୁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି । ଗତକାଲି ଗାଧୋଇବାକୁ ଯାଇ ସମ୍ୱଲପୁର ତିୱାରୀ ଗଳିର ଦୁଇ ନାବାଳକ ନିଖୋଜ ହୋଇଯାଇଥିଲେ । ନିଖୋଜ ଦୁଇ ନାବାଳକ ହେଲେ ତିୱାରୀ ଗଳିର ଏସ କନିଷ୍କ ଓ ହିମାଂଶୁ । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୩ଟା ସମୟରେ ୩ ଜଣ ନାବାଳକ ମହାନଦୀରେ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ୨ଜଣ ନାବାଳକ ଭାସି ଯାଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/tap1XMDUTmV756G3rWAU.jpg)