କନକ ବ୍ୟୁରୋ: ଜମ୍ମୁକାଶ୍ମୀରେ ଲୁଚିଛନ୍ତି ଆତଙ୍କୀ । ଶ୍ରୀନଗର, ରାଜପୋରା ଓ ସେପୋଁରରେ ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।ଘଂଚ ଜଙ୍ଗଲ, ଗାଁ ଭିତରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଉଛି । ଉଭୟ ପଟୁ ଗୁଳି ବିନିମୟରେ ୩ଜଣ ସେନା ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଗତ କିଛି ଦିନ ହେବ ଘାଟିରେ ମାତିଛନ୍ତି ଆତଙ୍କବାଦୀ ।
୩ଦିନରେ ୫ଜଣ ଆତଙ୍କବାଦୀକୁ ନିପାତ କରିବା ସହ ଗତକାଲି ଡୋଡାରେ ଜଣେ ଆତଙ୍କୀଙ୍କୁ ମାରିଛି ସେନା । ଘଟଣାସ୍ଥଳରୁ ବିପୁଳମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/10/aJQSOVHn2N76Kahv87px.jpg)