କନକ ବ୍ୟୁରୋ : ଲବଣ ଅପସାରଣ ପାଇଁ ବସିବ ପ୍ଲାଣ୍ଟ । ଆଉ ଲୋକ ଲୁଣି ଜଳ ପିଇ ରୋଗରେ ପଡ଼ିବେ ନାହିଁ । ଭାରତୀୟ ବିରଳ ମୃତ୍ତିକା ଲିମିଟେଡ଼ ସହ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ମଧ୍ୟରେ ଏନେଇ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଆଇଆରଇରେ ଥିବା ଲବଣ ଅପସାରଣ ପ୍ଲାଣ୍ଟରେ ସମୁଦ୍ରର ଲୁଣି ପାଣିକୁ ମଧୂର ଜଳରେ ପରିବର୍ତ୍ତନ କରାଯିବ । ଏହି ପାଣିକୁ ଗଞ୍ଜାମ ଛତ୍ରପୁରର ଆର୍ୟ୍ୟପଲ୍ଲୀ ଓ ମାଟିଖାଲକୁ ଯୋଗାଇ ଦିଆଯିବ । 
 
ମଧୁର ହେବ ସମୁଦ୍ର ଜଳ,ମେଣ୍ଟିବ ଦୁଇଟି ଗାଁର ଶୋଷ । ଲବଣ ଅପସାରଣ ପାଇଁ ବସିବ ପ୍ଲାଣ୍ଟ ଏବଂ ଖର୍ଚ୍ଚ ହେବ ୪ କୋଟି ୨୦ ଲକ୍ଷ । ପାଇପ୍ ଯୋଗେ ଗାଁରେ ପହଂଚିବ ସମୁଦ୍ର ପାଣି । ଆଉ ଲୁଣି ପାଣି ପିଇବାକୁ ପଡ଼ିବ ନାହିଁ। ସମୁଦ୍ର କୂଳିଆ ଗାଁର ଶୋଷ ମେଣ୍ଟାଇବା ପାଇଁ ଯୋଜାନ କରୁଛି ଗଂଜାମ ଜିଲ୍ଲା ପ୍ରଶାସନ। ଏକ ନୂତନ ପରିକଳ୍ପନା କରିଛି । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଭାରତୀୟ ବିରଳ ମୃତ୍ତିକା ଲିମିଟେଡ଼ ତଥା ଆଇଆରଇ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି । 

Advertisment

ପ୍ଲାଣ୍ଟରେ ଲୁଣି ପାଣିକୁ ମଧୁର ଜଳରେ ପରିବର୍ତ୍ତନ କରାଯାଇ ପାଇପ ଯୋଗେ ଛତ୍ରପୁରର ଆର୍ଯ୍ୟପଲ୍ଲୀ ଓ ମାଟିଖାଲ ଗାଁକୁ ଯୋଗାଇ ଦିଆଯିବ। ଏନେଇ ଡ଼ିପିଆର ପ୍ରସ୍ତୁତ ହେବା ସହ ଅନଲାଇନ ଟେଣ୍ଡର କାମ ମଧ୍ୟ ସରିଛି। ଖୁବଶୀଘ୍ର ଆଇଆରଇ ମଧ୍ୟରେ ଏକ ପମ୍ପ ହାଉସ ଓ ଲବ୍ରୋଟରୀ କରାଯାଇ ଆର୍ଯ୍ୟପଲ୍ଲୀ ଓ ମାଟିଖାଲକୁ ପାଇପ ଲାଇନ ବିଛାଯିବ। ସେଥିପାଇଁ ମୋଟ ୪କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।