କନକବ୍ୟୁରୋ : ଘର ଦୁଆର ମୁହଁରେ ଦରିଆ ।  ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀରେ ଡରାଉଛି ସମୁଦ୍ର ।  ଉଚ୍ଚ ଜୁଆର କୂଳ ଲଂଘୁଛି।  ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ଛୋଟ ଛୋଟ ମନ୍ଦିର ଗୁଡିକ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି ।  ଆଗାମୀ ଦିନରେ ସମ୍ପୂର୍ଣ୍ଣ ଗାଁଟି ସମୁଦ୍ରରେ ଲୀନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଆର୍ଯ୍ୟପଲ୍ଲୀରେ ରହୁନ୍ତି ମତ୍ସ୍ୟଜୀବୀ ପରିବାର  ।  ସେମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ କି ଗୋପାଳପୁର ପୋର କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉନାହାନ୍ତି ।

Advertisment

ଏମିତି ଅଭିଯୋଗ କରିବା ସହ ୫ ଦଫା ଦାବିରେ ଧାରଣା ଦେଇଥିଲେ ୨୭ ଟି ଗାଁର ଲୋକ। ଶତାଧିକ ମତ୍ସ୍ୟଜୀବୀ ଗୋପାଳପୁର ପୋର୍ଟ ଫାଟକ ସମ୍ମୁଖରେ ଆନ୍ଦୋଳନ କରୁଥିଲେ। ମତ୍ସ୍ୟଜୀବୀଙ୍କ ଧାରଣ ଦେଖି ପୁଣି ଥରେ ତ୍ରିପାକ୍ଷିକ ବୈଠକ ବସିଛି। ବିଧାୟକଙ୍କ ଉପସ୍ଥିତିରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗ୍ରାମବାସୀ, ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ମଧ୍ୟ ଆଲୋଚନା ହୋଇଛି। ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଧାରଣା ହଟିଥିବା ଅଭିଯୋଗ ହୋଇଛି।