କନକ ବ୍ୟୁରୋ: ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ନିଜର ଦଳ ଘୋଷଣା କରିଛି ସ୍କଟଲାଣ୍ଡ୍ । ''କ୍ରିକେଟ୍ ସ୍କଟଲାଣ୍ଡ୍'' ପକ୍ଷରୁ ରିଚି ବେରିଙ୍ଗଟନଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଦଳ ଘୋଷଣା କରାଯାଇଥିବାବେଳେ ଆଉ ୨ ଜଣଙ୍କୁ ରିଜର୍ଭ ଖେଳାଳିଭାବେ ରଖାଯାଇଛି। ବିଶ୍ବକପରୁ ବାଂଲାଦେଶ ଦଳ ଅପ୍ରତ୍ୟାଶିତଭାବେ ବାଦ୍ ପଡ଼ିବା ପରେ ଆଇସିସି ପକ୍ଷରୁ ଗତ ସପ୍ତାହରେ ସ୍କଟଲାଣ୍ଡ ଦଳକୁ ବିଶ୍ବକପରେ ସାମିଲ କରାଯାଇଥିଲା। ଏହି ଘୋଷଣାର ଅଳ୍ପ କିଛି ଦିନ ମଧ୍ୟରେ ସ୍କଟଲାଣ୍ଡ୍ ନିଜର ଦଳ ଘୋଷଣା କରିଛି। ବିଶ୍ବକପରେ ସ୍କଟଲାଣ୍ଡ ଗ୍ରୁପ୍-ସିରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଓ୍ବେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଇଟାଲି ଓ ନେପାଳ ଅଛନ୍ତି।
''କ୍ରିକେଟ୍ ସ୍କଟଲାଣ୍ଡ୍''ର ସିଇଓ ଟ୍ରୁଡି ଲିଣ୍ଡବ୍ଲେଡ୍ କହିଛନ୍ତି ଯେ ବିଶ୍ବକପରେ ସ୍ଥାନ ମିଳିବାର ସମ୍ଭାବନା ବଢିବା ପରେ ହିଁ ତାଙ୍କ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଏହା ପରେ ଗତ ଶନିବାର ସକାଳେ ଆଇସିସି ପକ୍ଷରୁ ସଂଯୋଗ ଗୁପ୍ତାଙ୍କ କଲ୍ ମିଳିବା ପରେ ଆମର ଅଂଶଗ୍ରହଣ ନିଶ୍ଚିତ ହୋଇଥିଲା। ତାପରେ ଆମେ ଆମ ପ୍ରସ୍ତୁତିକୁ ତ୍ବରାନ୍ବିତ କରିଦେଇଥିଲୁ।
ଆହୁରି ପଢ଼ନ୍ତୁ... ଷ୍ଟାର୍ ହେବା ପୂର୍ବରୁ ଓଡ଼ିଶା ଆସିଥିଲେ ମାହି, ଏହି ଷ୍ଟାଡିୟମରେ ଖେଳିଥିଲେ ମ୍ୟାଚ୍
ତେବେ ଯେଉଁ ପରିସ୍ଥିତିରେ ବାଂଲାଦେଶ ଦଳ ବିଶ୍ବକପରୁ ବାଦ ପଡ଼ିଲା ତାକୁ ନେଇ ସେ ଏହି ଏସୀୟ ଦଳ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ ସବୁ ଦେଶଙ୍କ ଇଚ୍ଛା ଥାଏ ବିଶ୍ବକପ ଖେଳିବାକୁ, କିନ୍ତୁ ଆମେ ଏପରି ପରିସ୍ଥିତିରେ ବିଶ୍ବକରେ ସାମିଲ ହେବାକୁ ଉଚ୍ଛା କରୁନଥିଲୁ। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ଆଇସିସିର ଆମନ୍ତ୍ରଣରେ ତାଙ୍କ ଦଳ ବିଶ୍ବକପରେ ଅଂଶଗ୍ରହଣ କରି ଆନନ୍ଦିତ। ସ୍କଟଲାଣ୍ଡ ଦଳ:
ରିଚି ବେରିଙ୍ଗଟନ୍ (ଅଧିନାୟକ), ଟମ୍ ବ୍ରୁସ୍, ମ୍ୟାଥ୍ୟୁ କ୍ରସ୍, ବ୍ରାଡ୍ଲି କ୍ୟୁରି, ଅଲିଭର୍ ଡେଭିଡସନ୍, କ୍ରିସ୍ ଗ୍ରିଭ୍ସ, ଜଇନୁଲ୍ଲାହ୍ ଇହସାନ୍, ମାଇକେଲ୍ ଜୋନ୍ସ, ମାଇକେଲ୍ ଲିସ୍କ୍, ଫିନ୍ଲେ ମ୍ୟାକ୍କ୍ରିଥ୍, ବ୍ରାଣ୍ଡନ୍ ମ୍ୟାକକୁଲେନ୍, ଜର୍ଜ ମନ୍ସେ, ସଫିୟାନ୍ ଶରିଫ୍, ମାର୍କ୍ ଓ୍ବାଟ୍ ଓ ବ୍ରାଡ୍ ହ୍ୱିଲ୍ । ସେହିପରି ଦଳ ସହିତ ଭାରତ ଗସ୍ତରେ ଯିବାକୁ ଥିବା ଦୁଇଜଣ ରିଜର୍ଭ ଖେଳାଳି ହେଲେ ଜାସ୍ପର୍ ଡେଭିଡସନ୍ ଓ ଜ୍ୟାକ୍ ଜାର୍ଭିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/scotland-2026-01-27-14-17-52.jpg)