କନକ ବ୍ୟୁରୋ: ଆଜିଠୁ ରାଜ୍ୟରେ ଅନୁଭୂତ ହୋଇପାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ୪୩ ଡିଗ୍ରି ପହଞ୍ଚିପାରେ ତାତି । ସୁନ୍ଦରଗଡ଼, ଦେବଗଡ଼, ନୟାଗଡ଼, ସୋନପୁର ଆଦି ଜିଲ୍ଲାରେ ଆଜି ୪୨ ଡିଗ୍ରି ପାରଦ ପହଞ୍ଚିପାରେ । ସେହିପରି ପଶ୍ଚିମ ଓଡ଼ିଶାରେ ଅନ୍ୟ କିଛି ଜିଲ୍ଲାରେ ୪୦ ଡିଗ୍ରି ଉପରେ ରହିପାରେ ତାପମାତ୍ରା । ଏହାସହ ଉପକୂଳ ଓଡ଼ିଶାର ମଧ୍ୟ ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାକାଲି କିଛି ଜିଲ୍ଲାରେ ୪୩ ଡିଗ୍ରି ଉପରେ ପାରଦ ରହିପାରେ । କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଏବେ ପୁଣି ଅସହ୍ୟ ତାତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇବ । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ମଧ୍ୟମରୁ ହାଲୁକା ଧରଣର ବର୍ଷା ବି ରେକର୍ଡ ହୋଇଛି ।
ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ! ୪୦ ଡିଗ୍ରି ଟପିପାରେ ପାରଦ
ଆସନ୍ତା ୪ ଦିନ ରାଜ୍ୟରେ ଅନୁଭୂତ ହୋଇପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ପୂରା ପଶ୍ଚିମ ଓଡ଼ିଶା ସହ ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରି ଟପିପାରେ ପାରଦ । ପ୍ରଭାବିତ ହୋଇପାରେ ସାଧାରଣ ଜନଜୀବନ ।
/kanak/media/media_files/2025/06/08/OoFqe8yfy8L7Z7ajxeoV.jpg)