ଗରମରେ ଛଟପଟ, ଚାରିଆଡ଼େ ବିଦ୍ୟୁତ କାଟ; ମନ୍ତ୍ରୀଙ୍କ କଥାକୁ ଶୁଣୁନି କି ଶକ୍ତି ବିଭାଗ?

ତାପମାତ୍ରା ୪୫ ଡିଗ୍ରୀ ପାର କରିବା ଭିତରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜନଜୀବନକୁ କଲବଲ କଲାଣି। ନା ପଦାକୁ ବାହାରି ହେଉଛି, ନା ଘରେ ଶାନ୍ତିରେ ବସି ହେଉଛି। ଗାଁ ଠାରୁ ସହର,  ଗରମ ତାତିଠାରୁ ଘନ ଘନ ବିଦ୍ୟୁତକାଟ ଆହୁରି ଅସହ୍ୟ ହେଲାଣି। କିନ୍ତୁ ମନ୍ତ୍ରୀ କହୁଛନ୍ତି, ଏଥର ବିଦ୍ୟୁତକାଟ ହେବନି। ତେଣୁ ପ୍ରଶ୍ନ ଉଠୁଛି, ଗ୍ରାଉଣ୍ଡରେ କଣ ହେଉଛି ଜାଣୁଛନ୍ତି ତ ମନ୍ତ୍ରୀ?

ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର!

ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର! Photograph: (KanakNews )

କନକ ବ୍ୟୁରୋ: ତାପମାତ୍ରା ୪୫ ଡିଗ୍ରୀ ପାର କରିବା ଭିତରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜନଜୀବନକୁ କଲବଲ କଲାଣି । ନା ପଦାକୁ ବାହାରି ହେଉଛି, ନା ଘରେ ଶାନ୍ତିରେ ବସି ହେଉଛି । ଗାଁ ଠାରୁ ସହର,  ଗରମ ତାତିଠାରୁ ଘନ ଘନ ବିଦ୍ୟୁତକାଟ ଆହୁରି ଅସହ୍ୟ ହେଲାଣି । କିନ୍ତୁ ମନ୍ତ୍ରୀ କହୁଛନ୍ତି, ଏଥର ବିଦ୍ୟୁତକାଟ ହେବନି । ତେଣୁ ପ୍ରଶ୍ନ ଉଠୁଛି, ଗ୍ରାଉଣ୍ଡରେ କଣ ହେଉଛି ଜାଣୁଛନ୍ତି ତ ମନ୍ତ୍ରୀ ?

  • ଗରମରେ ଛଟପଟ, ଚାରିଆଡ଼େ ବିଦ୍ୟୁତ କାଟ
  • ମନ୍ତ୍ରୀଙ୍କ କଥାକୁ ଶୁଣୁନି କି ଶକ୍ତି ବିଭାଗ?

ଭୁବନେଶ୍ବରରେ ମନ୍ତ୍ରୀ ବିଦ୍ୟୁତକାଟ ହେବନି ବୋଲି ଘୋଷଣା କଲେ। କିନ୍ତୁ ନିଜ ଜିଲ୍ଲା ବଲାଙ୍ଗୀରରେ ବିଦ୍ୟୁତକାଟ ପରର ଖବର ମନ୍ତ୍ରୀଙ୍କ ଘୋଷଣାକୁ ପାଣିରେ ଗାର ସମାନ କରିଛି। ବଲାଙ୍ଗୀରର ବାଞ୍ଜିବାହାଳି, କୁଦେପାଲି ଗାଁରେ ଦୀର୍ଘଦିନ ଧରି ବିଦ୍ୟୁତକାଟ ହେଉଥିବାରୁ ଘରେ ରହିବା ମୁସ୍କିଲ ହୋଇ ପଡିଛି । ପ୍ରଚଣ୍ଡ ତାତିରୁ ରକ୍ଷା ପାଇବାକୁ ଲୋକେ ଗଛତଳେ ଆଶ୍ରୟ ନେଉଛନ୍ତି । 

ତେବେ ଗ୍ରୀଷ୍ମର ରାଜୁତି ଭିତରେ ଅସହ୍ୟ ଗୁଳିଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ବାହାରକୁ ବାହାରିବାକୁ ଲୋକେ ଭୟ କରୁଛନ୍ତି । କେଇ ସେକେଣ୍ଡ ବାହାରେ ଛିଡା ହେଲେ ମୁଣ୍ଡା ଘୂରାଇ ଦେଉଛି, ଦେହରୁ ଗମଗମ ହୋଇ ଝାଳ ବାହାରି ପଡୁଛି । ଏଭଳି ସ୍ଥିତିରେ ଚାରିଆଡେ ଅଘୋଷିତ ବିଦ୍ୟୁତକାଟ ନାକେଦମ କରୁଛି । ଅଥଚ ଶକ୍ତିମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କହୁଛନ୍ତି ଏଥର ବିଦ୍ୟୁତ କାଟ ହେବନି । ବିଦ୍ୟୁତ ସେବା ବ୍ୟାହତ ହେଉଥିଲେ, ତୁରନ୍ତ ସମାଧାନ ହେବ ।

ସରକାର ବିଦ୍ୟୁତକାଟ ହେବନି ବୋଲି ଦମ୍ଭ ଦେଖାଉଛନ୍ତି । କିନ୍ତୁ ସହରରେ ବିଳମ୍ବିତ ରାତିରେ ବାରମ୍ବାର ବିଦ୍ୟୁତକାଟର ଅଭିଯୋଗ ହେଉଛି । ଗାଁ ଗୁଡିକର ଅବସ୍ଥା ଆହୁରି ସାଂଘାତିକ । ଘଣ୍ଟା ଘଣ୍ଟା ଧରି ଉଭାନ୍ ହୋଇଯାଉଛି ବିଦ୍ୟୁତ । ପ୍ରଶ୍ନ ଉଠୁଛି, ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇ ଦେଉଛି କି ତାଙ୍କ ନିଜ ବିଭାଗ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe