କନକ ବ୍ୟୁରୋ : ହଜିଲା ମୌସୁମୀ, ଫେରିଲା ତାତି । ମଧ୍ୟାହ୍ନ ୨ ଟା ୩୦ ସୁଦ୍ଧା ୩୯.୪ ଡିଗ୍ରି ଟପିଲା ତାପମାତ୍ରା । ଭୁବନେଶ୍ବରରେ ୩୯.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଝାରସୁଗୁଡ଼ାରେ ମଧ୍ୟ ୩୯ ଡିଗ୍ରି ତାପମାତ୍ରା ଥିବାବେଳେ ସମ୍ବଲପୁରରେ ୩୯ ଡିଗ୍ରି ରହିଛି । ବାଲେଶ୍ବରରେ ୩୮.୪ ଡିଗ୍ରି , ହୀରାକୁଦରେ ୩୮.୪ ଡିଗ୍ରି ତାପମାତ୍ରା ରହିଛି । ତା’ସହିତ ଚାନ୍ଦବାଲିରେ ୩୮ ଡିଗ୍ରି ଓ ରାଉରକେଲାରେ ୩୭.୨ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।
ଦୁର୍ବଳ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ଉପକୂଳ ଜିଲ୍ଲାରେ ତାତି ସହ ଅସହ୍ୟ ଗୁଳୁଗୁଳି ହେଉଛି । ଅନ୍ୟପଟେ ଆଜି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡ଼ିକ ହେଉଛି-: ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ । ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ଏହି ସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଜିଲ୍ଲାକୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/02/bxYTavZTjR0tkcGTKtv3.jpg)