ଡାଇରିଆ ଡର ଭିତରେ ଆସନ୍ତା କାଲି ଖୋଲିବ ସ୍କୁଲ, ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ

ଆକ୍ୱାଗାର୍ଡ ନଥିବା ସ୍କୁଲ୍ ମାନଙ୍କରେ ପିଲାଙ୍କୁ ଫୁଟା ପାଣି ପିଇବାକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଚିକା ମାନେ ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ସହ ପିଲାଙ୍କୁ ଫୁଟା ପାଣି ଦେବେ । ହଷ୍ଟେଲରେ ବି ସମାନ ବ୍ୟବସ୍ଥା ଗ୍ରହଣ କରାଯିବ ।

fadsfsdfsdfd

କନକ ବ୍ୟୁରୋ : ଡାଇରିଆ ଡର ଭିତରେ ଆସନ୍ତାକାଲି ଖୋଲିବ ସ୍କୁଲ । ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ। ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ୍ ବନ୍ଦ ରଖିପାରିବେ ଜିଲ୍ଲାପାଳ । ଆକ୍ୱାଗାର୍ଡ ନଥିବା ସ୍କୁଲ୍ ମାନଙ୍କରେ ପିଲାଙ୍କୁ ଫୁଟା ପାଣି ପିଇବାକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଚିକା ମାନେ ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ସହ ପିଲାଙ୍କୁ ଫୁଟା ପାଣି ଦେବେ । ହଷ୍ଟେଲରେ ବି ସମାନ ବ୍ୟବସ୍ଥା ଗ୍ରହଣ କରାଯିବ । ସ୍କୁଲ୍ ପରିବେଶ ସହ ପାଣି ଟାଙ୍କି  ସଫା କରିବା ଉପରେ ଗୁରୁତ୍ବ ଦିଆଯିବ । ସ୍କୁଲ ବାହାରେ ଫାଷ୍ଟ ଫୁଡ଼ ଦୋକାନ ବନ୍ଦ ରହିବ ।  ଅଭିଭାବକ ମାନଙ୍କୁ ସ୍କୁଲକୁ ଡାକି ସଚେତନ କରାଯିବ । ବିଦ୍ୟାଳୟର ସ୍ଵଚ୍ଛତା ଉପରେ ଗୁରୁତ୍ବ ଦେବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe