କନକ ବ୍ୟୁରୋ : ରାଜ୍ୟରେ ଖୁବଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ । ବଢୁଥିବା ଖରାକୁ ଦୃଷ୍ଟିରେ ରଖି ନିଆଯାଇପାରେ ନିଷ୍ପତ୍ତି । ଏନେଇ  ସୂଚନା ଦେଇଛନ୍ତି  ଗଣଶିକ୍ଷାମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ । ରାଜସ୍ବ  ଓ ବିପର୍ଯ୍ୟୟ  ପରିଚାଳନା ବିଭାଗ  ସହ ଆଲୋଚନା କରାଯିବ । ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି  ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।  

Advertisment

ରାଜ୍ୟରେ ଉପର ମୁହାଁ ପାରଦ । ରେକର୍ଡ ଭାଙ୍ଗୁଛି ତାତି ।  ଦିନ ସାଢେ ୧୧ଟା ସୁଦ୍ଧା ୩୭ ଡିଗ୍ରୀ ଛୁଇଁଲା ପାରଦ । ଝାରସୁଗୁଡାର  ସର୍ବୋଚ୍ଚ ତାପମାତ୍ରା  ୩୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝର ୩୬.୪ ଏବଂ ସମ୍ବଲପୁର  ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।  ରାଉରକେଲା  ୩୫.୪, ହୀରାକୁଦ ଓ ଚାନ୍ଦବାଲି ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି । 

ମାର୍ଚ୍ଚ ଅଧାରୁ ସାରା ରାଜ୍ୟରେ ନିଆଁ ବର୍ଷା । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଆଜି ପ୍ରବଳ ତାତି ଓ ଖରା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହି ୩ ଜିଲ୍ଲାରେ ନିଆଁ ବର୍ଷିବ । ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଏହାସହ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଅନ୍ୟ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଛି । ଏହି ଜିଲ୍ଳାଗୁଡ଼ିକ ହେଲା ଅନୁଗୁଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧ । ସେହିପରି ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।