କନକବ୍ୟୁରୋ: ଆଜି ୫ଟି ଜିଲ୍ଲାରେ ସ୍କୁଲ ବନ୍ଦ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ସ୍କୁଲ ଛୁଟି ରହିବ। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଏନେଇ ଘୋଷଣା କରିଛନ୍ତି ।
ବାତ୍ୟା ‘ଦାନା’ ପ୍ରଭାବରେ ଜାରି ରହିଛି ବର୍ଷା । ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକରେ ଏବେବି ବିପନ୍ନ ମାନେ ଆଶ୍ରୟ ନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଛି ।
ଶୁକ୍ରବାର ଦିନ ତମାମ ଏସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଘଣ୍ଟା ପିଛା ୧୦୦କିମି ଥିବାରୁ ଫସଲ ହାନୀ ହେବା ସହିତ ରାସ୍ତାଉପରେ ଗଛ ପଡ଼ିବାରୁ ଲୋକଙ୍କର ଯାତାୟତ ବାଧାପ୍ରାପ୍ତ ହୋଇଛନ୍ତି । ସେହିପରି ବର୍ଷା ଯୋଗୁଁ ସ୍କୁଲପିଲାମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/26/DezYTw8SZVVzhXiEfRFS.jpg)