କନକ ବ୍ୟୁରୋ : ପାରଦ ବଢୁଛି ତାତି କଲବଲ କରୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି । କାଲିଠୁ ସ୍କୁଲ ଛୁଟି ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ୨୩ରୁ ୨୫ ତାରିଖ ଯାଏଁ ସ୍କୁଲ ଛୁଟି ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।
ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୬ ତାରିଖ ଯାଏଁ ଜଳିବ ପଶ୍ଚିମ ଓଡ଼ିଶା । ତେବେ ୨୪ ତାରିଖ ଯାଏଁ ଝାରସୁଗୁଡ଼ା ରହିବ ସବୁଠାରୁ ଉତ୍ତପ୍ତ । ଏହାସହ ଆଜିପାଇଁ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ପଶ୍ଚିମ ଓଡ଼ିଶାକୁ ମିଳିବ ନାହିଁ ନିସ୍ତାର । ଉପକୂଳ ଓଡ଼ିଶାରେ ଗୁଳୁଗୁଳି କଲବଲ କରିବ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/22/OIvfE0MmOdNnVmRam5eE.jpg)