କନକ ବ୍ୟୁରୋ : ରାସ୍ତାରେ ଫସିଲା ସ୍କୁଲ ଗାଡ଼ି । ଟାଣି ଟାଣି ନୟାନ୍ତ ହେଲେ ପିଲା। ଏମିତି କିଛି ଦୃଶ୍ୟ ହାଟଡ଼ିହି ଡଅଁର ନିକଟରେ ଦେଖିବାକୁ ମିଳିଛି । ସଙ୍ଖୁଳାରେ ଥିବା ଏକ ସ୍କୁଲ ଭ୍ୟାନ୍ ଛାତ୍ରଛାତ୍ରୀଙ୍କୁ ଛାଡ଼ିବାକୁ ଆଇତିପୁର ଆସୁଥିବା ବେଳେ ଖାଲୁଆ ରାସ୍ତାରେ ଫସିଯାଇଥିଲା । ବହୁ ସମୟ ଚେଷ୍ଟା କରିବା ପରେ ଗାଡ଼ି ବାହାରିନଥିଲା । ଯାହାଫଳରେ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଦୀର୍ଘ ସମୟ ଧରି କସରତ ପରେ ଗାଡ଼ି ବାହାରିଥିଲା । ପ୍ରାୟ ୨ ଘଣ୍ଟା ଗାଡ଼ିକୁ ଟାଣି ବାହାର କରାଯାଇଥିଲା । ତେବେ ରାସ୍ତା ଖରାପ ଯୋଗୁ ଏହିଭଳି ସମସ୍ୟା ଉପୁଜିଥିଲା । ବର୍ଷାଋତୁରେ ବାଲି ଚାଲାଣ ଉପରେ କଟକଣା ଥିବା ବେଳେ ଏହାକୁ ନମାନି ବେଧଡ଼କ ଭାବେ ଚାଲିଛି ଖୁଲମ ଖୁଲା ବାଲି ଚାଲାଣ । ଯାହାଫଳରେ ରାସ୍ତା ସାରା ଖୋଳି ହୋଇ ନଷ୍ଟ ହୋଇଗଲାଣି । ଗାଡ଼ିଟିଏ ଯିବା ମୁସ୍କିଲ ହୋଇଥିବା ବେଳେ ଆମ୍ବୁଲାନ୍ସ ବି ଯାଇପାରୁନି । ଯାହାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି ।