କନକ ବ୍ୟୁରୋ: ଆଗକୁ ଅନଲାଇନ କ୍ଲାସ କରାଯିବାକୁ ନିଆଯାଇପାରେ ନିଷ୍ପତି । ଗ୍ରୀଷ୍ମ ପ୍ରବାହ ବଢିଚାଲିଥିବା ବେଳେ ହିଟ ୱେଭକୁ ଲକ୍ଷ୍ୟ କରି ସ୍କୁଲ କେବେ ଖୋଲିବ ସେନେଇ ଶିକ୍ଷା ବିଭାଗ ପରେ ନେବ ନିଷ୍ପତ୍ତି । ତେବେ ସମୟ ଆଗରୁ ସ୍କୁଲ ବନ୍ଦ ହୋଇଥିବା କାରଣରୁ ଆଗକୁ ଅନଲାଇନ କ୍ଲାସ କରାଯିବା ନେଇ ନିଷ୍ପତ୍ତି ନିଆଯାଇପାରେ । ଏଥିପାଇଁ ଆଲୋଚନା କରାଯାଇପାରେ । ଖରା ବଢୁଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଖୁବଶୀଘ୍ର ଏହି ଅନଲାଇନ କ୍ଲାସ ପାଇଁ ଆଲୋଚନା କରାଯିବା ନେଇ ମନ୍ତ୍ରୀ କହିଛନ୍ତି । ସେପଟେ ଗ୍ରୀଷ୍ମପ୍ରବାହ ପାଇଁ ସ୍କୁଲ ବନ୍ଦ ନେଇ ଶିକ୍ଷା ବିଭାଗ ତାଗିଦ କରିଛନ୍ତି । ହେଲେ ସବୁ ନିୟମକୁ ବେଖାତିର କରି କିଛି ସ୍ଥାନରେ ଚାଲିଛି ବିଦ୍ୟାଳୟ । ନିୟମକୁ ଫୁ କରି ଖୋଲୁଛି ପ୍ରାଇଭେଟ ସ୍କୁଲ । କିନ୍ତୁ ଶିକ୍ଷା ବିଭାଗ ଏନେଇ ଶକ୍ତ ଆଭିମୁଖ୍ୟ ନେଇଛି । ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରୁଛି । ଯଦି ନିୟମକୁ ଅବମାନନା କରି ସ୍କୁଲ ଖୋଲା ହେଉଥିବା ଲକ୍ଷ୍ୟ କରାଯିବ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।