ଶିଶୁ ବାଟିକା ପିଲାଙ୍କ ପାଇଁ ସବୁ ମାଗଣା ; ପ୍ରତି ପିଲା ପିଛା ଖର୍ଚ୍ଚ ୧୦୦୦

ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ଦିଆଯିବ ସ୍କୁଲ ପୋଷାକ । ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ବି ଦିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଓସେପାର ଚିଠି । ପ୍ରତି ପିଲା ପିଛା ଦରକାର ୧୦୦୦ଟଙ୍କା ।

18

କନକ ବ୍ୟୁରୋ: ସ୍କୁଲରେ ନାମ ଲେଖାଇଥିବା ଶିଶୁବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ । ପ୍ରଥମ ଶ୍ରେଣୀ ପିଲାଙ୍କ ଭଳି ଶିଶୁବାଟିକା ପିଲାଙ୍କୁ ମଧ୍ୟ ଦିଆଯିବ ଜୋତା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର  । ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ମିଳିବ । ଏସବୁ ବଣ୍ଟନ ପାଇଁ ପ୍ରତି ଛାତ୍ର ପାଇଁ ୧ ହଜାର ଟଙ୍କା ପାଣ୍ଠି ଆବଶ୍ୟକ । ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା  । 

ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟର ୪୧ ଲକ୍ଷ ୩୧ ହଜାର ୨୪ ଜଣ  ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ପାଇଁ ମୁଣ୍ଡ ପିଛା ୬୦୦ ଟଙ୍କା କରାଯାଇଛି । କିନ୍ତୁ ଶିଶୁବାଟିକା ପାଇଁ ସ୍ବତନ୍ତ୍ର ପାଣ୍ଠି ନାହିଁ  । ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ଓସେପା ପକ୍ଷରୁ ଚିଠି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe