ବଦଳିଲା ସରକାର, ବଦଳିଲା ରଙ୍ଗ । ପିଲା ପିନ୍ଧିବେ ନୂଆ ରଙ୍ଗର ୟୁନିଫର୍ମ ।

Advertisment

ନବମ ଓ ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ମେରୁନ ରଙ୍ଗର ପ୍ୟାଣ୍ଟକୁ ବାଦାମୀ ରଙ୍ଗର ସାର୍ଟ, ଛାତ୍ରୀଙ୍କ ପାଇଁ ବାଦାମୀ ରଙ୍ଗର ସାଲୱାର ସାଙ୍ଗକୁ ମେରୁନ ରଙ୍ଗର ଜ୍ୟାକେଟ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧିନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଏହା ଲାଗୁ ହେବ। 

20୍୍୍୍

କନକ ବ୍ୟୁରୋ: ପୂର୍ବ ସରକାର ଛାତ୍ରଛାତ୍ରୀ ପିନ୍ଧୁଥିବା ଘନନୀଳ ରଙ୍ଗର ୟୁନିର୍ଫମର ରଙ୍ଗ ବଦଳାଇ ହଣ୍ଟର ଗ୍ରୀନ କରିଥିଲେ । ଆଉ ଏବେ ଏହାର ବର୍ଷେ ଭିତରେ ସରକାର ବଦଳିବା ପରେ ପୁଣି ବଦଳିଛି ୟୁନିର୍ଫମର ରଙ୍ଗ । ନବମ ଓ ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ମେରୁନ ରଙ୍ଗର ପ୍ୟାଣ୍ଟକୁ ବାଦାମୀ ରଙ୍ଗର ସାର୍ଟ, ଛାତ୍ରୀଙ୍କ ପାଇଁ ବାଦାମୀ ରଙ୍ଗର ସାଲୱାର ସାଙ୍ଗକୁ ମେରୁନ ରଙ୍ଗର ଜ୍ୟାକେଟ ।

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧିନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଏହା ଲାଗୁ ହେବ। ଯେଉଁଠି ପୁରୁଣା ଡ଼ିଜାଇନ ୟୁନିଫର୍ମ ବଣ୍ଟା ହୋଇନି ସେହି ସବୁ ବିଦ୍ୟାଳୟରେ ଏହା ଲାଗୁ ହେବ । ସେପଟେ ରଙ୍ଗ ବଦଳିବାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଗୋଟିଏ ପଟେ ଗଣଶିକ୍ଷା ମନ୍ତ୍ରୀ ପୁର୍ବ ସରକାର ରାଜନୈତିକ ମନୋଭାବ ରଖି ରଙ୍ଗ ବଦଳାଇଥିଲେ ଯାହାକୁ ଆମେ ବଦାଳାଇଲୁ ବୋଲି କହିବାବେଳେ । ବିରୋଧୀ କହିଛନ୍ତି ଏହା କେବଳ ରଙ୍ଗ ବଦଳା ସରକାର । 
ତେବେ ପ୍ରଶ୍ନ ଉଠୁଛି, ପୋଷାକର ରଙ୍ଗ ବଦଳାଇବା ଦ୍ବାରା ଛାତ୍ରଛାତ୍ରୀଙ୍କୁ କଣ ଲାଭ ମିଳିବ ? ଶିକ୍ଷା କ୍ଷେତ୍ରରେ ଏହା ବ୍ୟାପକ ପରିବର୍ତ୍ତନ ଆଣିପାରିବ କି ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe