ହାଇସ୍କୁଲରେ ପଢୁଛନ୍ତି ପ୍ରାଇମେରି ସ୍କୁଲ ପିଲା । ମଧ୍ୟାହ୍ନ ଭୋଜନ ପାଇଁ ଚାଲୁଛନ୍ତି ୨କି.ମି ରାସ୍ତା ।

Advertisment

ବଜ୍ର ମହାକାଳୀ ସ୍କୁଲରେ ପାଠ ପଢିବେ। ଅଠରବାଟିଆ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବେ। ମଧ୍ୟାହ୍ନ ଭୋଜନ ପାଇଁ ଚାଲି ଚାଲି ଯିବେ ଦୁଇ କିଲୋମିଟର। 

ବଜ୍ର ମହାକାଳୀ ସ୍କୁଲରେ ପାଠ ପଢିବେ। ଅଠରବାଟିଆ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବେ। ମଧ୍ୟାହ୍ନ ଭୋଜନ ପାଇଁ ଚାଲି ଚାଲି ଯିବେ ଦୁଇ କିଲୋମିଟର। 

ସ୍କୁଲ

କନକ ବ୍ୟୁରୋ:  ପୁରୁଣା ବିଦ୍ୟାଳୟ କୋଠାରେ ବିପଦ ଅଛି । ତେଣୁ ନୂଆ ସ୍କୁଲ ଘର ହେଇଛି । କିନ୍ତୁ ବିଲ ନପାଇ ଠିକାଦାର ତାଲା ପକାଇ ରଖିଛନ୍ତି । ନିରୁପାୟ ହୋଇ ଶିକ୍ଷୟିତ୍ରୀ ସ୍କୁଲଠାରୁ ଦୁଇ କିମି ଦୂରରେ ଥିବା ଆଉ ସ୍କୁଲରେ ପିଲାଙ୍କୁ ପାଠପଢ଼ା ବନ୍ଦୋବସ୍ତ କରିଛନ୍ତି । ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଚାଲିଚାଲି ପୁରୁଣା ସ୍କୁଲକୁ ଆସିବାକୁ ପଡୁଛି । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକର ଅଠରବାଟିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସବୁଦିନ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 
 
ଅଠରବାଟିଆ ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି ୧୫୮ ଛାତ୍ରଛାତ୍ରୀ । ସେମାନଙ୍କ ପାଇଁ ଦୁଇ ବଖରା କୋଠାଘର ତିଆରି ହୋଇଛି, କିନ୍ତୁ ତାଲା ପଡ଼ିଛି । ଠିକାଦାର ନିମ୍ନମାନର କାମ କରିଥିବା ଅଭିଯୋଗରେ ବିଲ ମିଳୁନି । ତେଣୁ ବିଦ୍ୟାଳୟ କୋଠାରୁ ତାଲା ଖୋଲୁନାହାନ୍ତି, କି ପିଲାମାନେ ସେଠାରେ ପଢ଼ି ପାରୁନାହାନ୍ତି ।

ବର୍ଷା ଦିନେ ପାଣି କାଦୁଅରେ ଛାତ୍ରଛାତ୍ରୀଙ୍କ ଏଭଳି ସମସ୍ୟାର ସମାଧାନ ପାଇଁ ଶିକ୍ଷା ବିଭାଗ ଓ ବ୍ଲକ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe