ବାରଣ୍ଡାରେ ପଢୁଛନ୍ତି ; ଗଛମୂଳ ମଧ୍ୟାହ୍ନଭୋଜନ ଖାଉଛନ୍ତି । ବରଗଡ ତିଲେଇବଣି ସ୍କୁଲର ଚିତ୍ର

ଶିକ୍ଷାର ଉଜୁଡା ଚିତ୍ର  । ବରଗଡ଼ ତିଲେଇବଣୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା । ବାରଣ୍ଡାରେ ଚାଲିଛି ଭବିଷ୍ୟତ ଗଢା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପଢୁଛନ୍ତି ପାଠ  । ଗଛ ମୂଳରେ ଚାଲିଛି ମଧ୍ୟାହ୍ନଭୋଜନ । 

school problem

school problem Photograph: (kanakNews)

କନକ ବ୍ୟୁରୋ: ବିପର୍ୟ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ଦୟନୀୟ ଅବସ୍ଥାରେ ଚାଲିଛି ପାଠପଢା । ଆଦିବାସୀ ଅଧ୍ୟୁଷିତ ତିଲେଇବଣୀ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା । ଶ୍ରେଣୀ ଗୃହ ନଥିବାରୁ ପିଲାଙ୍କୁ ସଠିକ୍ ଭାବେ ଶିକ୍ଷାଦାନ କରାଯାଇପାରୁନି । ୧୬୯ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ରହିଛି ମାତ୍ର ୩ଟି ଶ୍ରେଣୀ କୋଠରୀ । ହେଲେ ପ୍ରଥମର ପଂଚମ ଶ୍ରେଣୀ ପର୍ୟ୍ୟନ୍ତ ପିଲାମାନେ ବାରଣ୍ଡାରେ ପଢୁଛନ୍ତି ପାଠ । ଖାଲି ସେତିକି ନୁହେଁ ମଧ୍ୟାହ୍ନ ଭୋଜନ ବି  ଅସ୍ୱାସ୍ଥ୍ୟକର ପରିବେଶରେ କରାଯାଉଛି । ଏପରିକି ଗଛ ମୂଳ ହେଉ କି ଖୋଲାଆକାଶ ଏଣେ ତେଣେ ପିଲା ବସି ଖାଦ୍ୟ ଖାଉଛନ୍ତି । 

ପୂର୍ବରୁ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅନୁଦାନରୁ ୪ ଗୋଟି ଶ୍ରେଣୀ କୋଠରୀର ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯାଇଥିଲା । ମାତ୍ର ପୂର୍ବତନ ଜିଲ୍ଲାପାଳ ବଦଳି ହେଲା ପରେ ସେହି କାର୍ୟ୍ୟ ବନ୍ଦ ହୋଇ ପଡିଥିବା ବେଳେ  ଆଜି ମଧ୍ୟ ଅଂସପୂର୍ଣ୍ଣ  ଭାବେ ପଡି ରହିଛି । ସମସ୍ୟା ନେଇ ବହବୁାର ଜଣାଯାଇଛି । ହେଲେ ସମସ୍ୟା. ବଦଳରେ ପୁଣିଥରେ ମିଳିଛି ପ୍ରତିଶ୍ରୁତି । 

ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ବିଦ୍ୟାଳୟ ସମସ୍ୟା ଦୂର ହେବ ବୋଲି ମିଳିଛି ପ୍ରତିଶ୍ରୁତି । ଯାହାର ଅପେକ୍ଷାରେ ରହିଛନ୍ତି ଛାତ୍ର ଛାତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe