କନକ ବ୍ୟୁରୋ: ବିପର୍ୟ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ଦୟନୀୟ ଅବସ୍ଥାରେ ଚାଲିଛି ପାଠପଢା । ଆଦିବାସୀ ଅଧ୍ୟୁଷିତ ତିଲେଇବଣୀ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା । ଶ୍ରେଣୀ ଗୃହ ନଥିବାରୁ ପିଲାଙ୍କୁ ସଠିକ୍ ଭାବେ ଶିକ୍ଷାଦାନ କରାଯାଇପାରୁନି । ୧୬୯ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ରହିଛି ମାତ୍ର ୩ଟି ଶ୍ରେଣୀ କୋଠରୀ । ହେଲେ ପ୍ରଥମର ପଂଚମ ଶ୍ରେଣୀ ପର୍ୟ୍ୟନ୍ତ ପିଲାମାନେ ବାରଣ୍ଡାରେ ପଢୁଛନ୍ତି ପାଠ । ଖାଲି ସେତିକି ନୁହେଁ ମଧ୍ୟାହ୍ନ ଭୋଜନ ବି ଅସ୍ୱାସ୍ଥ୍ୟକର ପରିବେଶରେ କରାଯାଉଛି । ଏପରିକି ଗଛ ମୂଳ ହେଉ କି ଖୋଲାଆକାଶ ଏଣେ ତେଣେ ପିଲା ବସି ଖାଦ୍ୟ ଖାଉଛନ୍ତି ।
ପୂର୍ବରୁ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅନୁଦାନରୁ ୪ ଗୋଟି ଶ୍ରେଣୀ କୋଠରୀର ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯାଇଥିଲା । ମାତ୍ର ପୂର୍ବତନ ଜିଲ୍ଲାପାଳ ବଦଳି ହେଲା ପରେ ସେହି କାର୍ୟ୍ୟ ବନ୍ଦ ହୋଇ ପଡିଥିବା ବେଳେ ଆଜି ମଧ୍ୟ ଅଂସପୂର୍ଣ୍ଣ ଭାବେ ପଡି ରହିଛି । ସମସ୍ୟା ନେଇ ବହବୁାର ଜଣାଯାଇଛି । ହେଲେ ସମସ୍ୟା. ବଦଳରେ ପୁଣିଥରେ ମିଳିଛି ପ୍ରତିଶ୍ରୁତି ।
ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ବିଦ୍ୟାଳୟ ସମସ୍ୟା ଦୂର ହେବ ବୋଲି ମିଳିଛି ପ୍ରତିଶ୍ରୁତି । ଯାହାର ଅପେକ୍ଷାରେ ରହିଛନ୍ତି ଛାତ୍ର ଛାତ୍ରୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/09/veb702i9VNqQwODGJYly.jpg)