ସାର୍ଙ୍କୁ ମହଙ୍ଗା ପଡ଼ିଲା ବ୍ୟାଙ୍କ ସ୍ଲିପ୍ Photograph: (kanakNews)
କନକ ବ୍ୟୁରୋ : ପିଲାଙ୍କ ଟଙ୍କା ଖାଇଗଲେ ସ୍କୁଲ ପ୍ରଧାନ ଶିକ୍ଷକ। ଅର୍ଥ ହେରଫେର୍ କେଳେଙ୍କାରୀ ଧରାପଡିବା ପରେ ନିଲମ୍ବିତ ହୋଇଛନ୍ତି ବୌଦ୍ଧ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ରଣା। ସୂଚନା ଅନୁସାରେ, ମୋ ସ୍କୁଲ ଯୋଜନାରେ ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ୫୦ହଜାର ଟଙ୍କା ଆଦାୟ ହୋଇଥିଲା। ସେହି ଟଙ୍କାକୁ ଚାରିଛକ ଏସ୍ବିଆଇ ବ୍ୟାଙ୍କରେ ଥିବା ସ୍କୁଲ ଜମା ଖାତାରେ ଜମା ପାଇଁ ନିଷ୍ପତ୍ତି ହେଇଥିଲା ।
କିନ୍ତୁ ପ୍ରଧାନ ଶିକ୍ଷକ ୫୦ହଜାର ବଦଳରେ ୫ ହଜାର ଟଙ୍କା ଜମା କରିଥିଲେ! ପରେ ବ୍ୟାଙ୍କରେ ଡିପୋଜିଟ ସ୍ଲପ୍ରେ ୫ହଜାରକୁ ଚଞ୍ଚକତା କରି ୫୦ହଜାର ଟଙ୍କା ଦର୍ଶାଇଥିଲେ । ଅର୍ଥ ହେରେଫେର ନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରିଥିଲେ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀ । ତଦନ୍ତ ସମୟରେ ସତ ସ୍ୱୀକାର କରିଛନ୍ତି ପ୍ରଧାନ ଶିକ୍ଷକ ନିର୍ମଳ ରଣା । ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିଲମ୍ବନ କରିଛନ୍ତି ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ। ଛାତ୍ରଙ୍କ ଜୀବନ ଗଢୁଥିବା ଶିକ୍ଷକ ନିଜ ଛାତ୍ରଛାତ୍ରୀଙ୍କ ଅର୍ଥ ଆତ୍ମସାତ୍ କରିବା ଘଟଣାକୁ ସମସ୍ତେ ନାପସନ୍ଦ କରିଛନ୍ତି । ଆଗାମୀ ଦିନରେ ଏଭଳି ଦୁର୍ନୀତି ଯେପରି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
Follow Us