କନକ ବ୍ୟୁରୋ: ସ୍କୁଲ କ୍ୟାମ୍ପସରେ ଆତଙ୍କ। ସ୍କୁଲକୁ ଅକ୍ତିଆରକୁ ନେଇ ପୁଲିସକୁ ନାକେଦମ୍ କରିଛି ଜଣେ ବ୍ୟକ୍ତି। ପଥର ମାରି ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ମୁଣ୍ଡ ଫଟେଇଲା। ଧନୁତୀର ମାରି ଆଇଆଇସିଙ୍କୁ ଆହତ କରିବା ପରେ ଚିଠି ଲେଖି ଶହେ କୋଟି ଦାବି କରିଥିଲେ ଧନୀ ମୁଣ୍ଡା। ଧନିକୁ ଧରିବା ପାଇଁ ଜାଲ ବିଛାଇଥିଲା ରାଉରକେଲା ପୁଲିସ । ଆଉ ୪ ଦିନର ଲୁଚକାଳି ଖେଳ ପରେ ପୁଲିସ ପଂଝାରେ ପଡିଛି ଧନୀ ।

Advertisment

ସ୍କୁଲ କ୍ୟାମ୍ପସରେ ଆତଙ୍କ। ସ୍କୁଲକୁ ଅକ୍ତିଆରକୁ ନେଇ ପୁଲିସକୁ ନାକେଦମ୍ କରିଛି ଜଣେ ବ୍ୟକ୍ତି। ପଥର ମାରି ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ମୁଣ୍ଡ ଫଟେଇଲା। ଧନୁତୀର ମାରି ଆଇଆଇସିଙ୍କୁ ଆହତ କରିବା ପରେ ଚିଠି ଲେଖି ଶହେ କୋଟି ଦାବି କରିଛନ୍ତି ଧନୀ ମୁଣ୍ଡା। ଧନିକୁ ଧରିବା ପାଇଁ ଜାଲ ବିଛାଇଛି ରାଉରକେଲା ପୁଲିସ ।

ଟଙ୍କା ପାଇଁ ସ୍କୁଲ ପଣବନ୍ଦୀ। ମୁକୁଳାଇବାକୁ ୧୦୦ କୋଟି ମାଗୁଛି ଦୁବୃର୍ତ୍ତ। ରାଉରକେଲାର ବଡ଼ଜଲ ସ୍କୁଲକୁ ଦୀର୍ଘ ୪ ଦିନ ହେବ କବଜା କରି ରଖିଛି ଫୁଲଝର ଗ୍ରାମର ଧନୀ ମୁଣ୍ଡା।  ସ୍କୁଲ ହତା ଭିତରେ କେହି ପଶିଲେ ଉତ୍ପାତ କରୁଛି ଧନୀ। ତୀର ମୁନରେ ପୂରା ସ୍କୁଲକୁ କରିନେଇଛି କବଜା। ସ୍କୁଲ ଭିତରକୁ ପଶିବାକୁ ଉଦ୍ୟମ କରି ତୀରମାଡ ଖାଇଛନ୍ତି ମହୁଲପଦା ଆଇଆଇସି। ପାଖାପାଖି ୧୮ଟି ତୀର ପୋଲିସକୁ ମାରିଛି ଧନୀ। 

ରବିବାର ଧନୁତୀର, ବାଟୁଳି ଓ ପଥର ଧରି ସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କ ମୁଣ୍ଡ ଫଟାଇଥିଲା ଧନୀ। ପରେ ପୂରା ସ୍କୁଲକୁ କରି ନେଇଛି ହାଇଜାକ। ଏହା ଭିତରେ ୪ ଦିନ ବିତିଥିଲେ ମଧ୍ୟ ଧନୀକୁ ଧରିବାରେ ବିଫଳ ହୋଇଛି ପୋଲିସ। ଆଜି ଛାତକୁ ଆସି ୮ ପୃଷ୍ଠାର ଦାବି ରଖିଛି ଧନୀ। ଅନ୍ୟପଟେ ଆଇଆଇସିଙ୍କୁ ତୀରମାଡ ପରେ ଧନୀଙ୍କୁ ଧରିବାକୁ ଅତ୍ୟାଧୁନିକ ସରଞ୍ଜାମ ସହ ସ୍କୁଲ ହତା ଭିତରେ ପଶିଛନ୍ତି ୨ ପ୍ଲାଟୁନ ପୋଲିସ ଫୋର୍ସ। 

ତୀର ମୁନରେ ପୂରା ବ୍ୟବସ୍ଥାକୁ ଅସହାୟ କରିଦେଇଛି ଜଣେ ବ୍ୟକ୍ତି। ୪ ଦିନ ହେବ ପୂରା ଅଞ୍ଚଳରେ ଧନୀକୁ ନେଇ ଖେଳିଯାଇଛି ଆତଙ୍କ। ଫଳରେ ସ୍କୁଲକୁ ଯାଇପାରୁନାହାନ୍ତି ଛାତ୍ରଛାତ୍ରୀ।