କନକ ବ୍ୟୁରୋ : ନା ଅଛି ଛାତ୍ରାବାସ ନା ରହିଛି ଆନୁସାଙ୍ଗିକ ବ୍ୟବସ୍ଥା । ଦୟନୀୟ ଅବସ୍ଥାରେ ରହିଆସୁଛନ୍ତି ଅନ୍ତେବାସୀ । ଶୀତ କାକରରେ ଶ୍ରେଣୀ ଗୃହରେ ରାତ୍ରିଯାପନ କରୁଛନ୍ତି ୪୦ ଜଣ କୋମଳମତି ଛାତ୍ର । ଏ ହେଉଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପ୍ରାଥମିକ ବିଦ୍ୟାଳୟର ଖବର । ୧୯୯୮ରୁ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଏହି ବିଦ୍ୟାଳୟର ସାମାନ୍ୟତମ ବିକାଶ ବି ହେଇପାରିନି । ଦୂରଦୂରାନ୍ତରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ୁଥିବା ଆଦିବାସୀ ପିଲାଙ୍କ ପାଇଁ ଛାତ୍ରାବାସ ନାହିଁ । ଶ୍ରେଣୀଗୃହରେ ଶୋଉଛନ୍ତି ପିଲା । ଶୀତରେ ଥରି ଥରି ଖାଲି ଚଟାଣରେ ରାତି ବିତାଉଛନ୍ତି । ଆଉ ହଷ୍ଟେଲ୍ ଅଧ୍ୟକ୍ଷ ରହଣି ସ୍ଥାନ ପାଲଟିଛି ଗୋଦାମ ଘର । ଶୌଚାଳୟ, ଗାଧୁଆ ଘର, ରୋଷେଇ ଘର କିଛି ସୁବିଧା ନାହିଁ । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖାଯାଉନଥିବା ଅଭିଯୋଗ ଆସିଛି ।
ଅଧିକ ପଢ଼ନ୍ତୁ---ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କେଳେଙ୍କାରୀ: ସିଏଜି ରିପୋର୍ଟରେ ସାଂଘାତିକ ତଥ୍ୟ
୪୦ ଅନ୍ତେବାସୀଙ୍କ ପାଇଁ ୪୦ ପରିବର୍ତ୍ତେ ୨୦ଟି ଖଟ ମିଳିଛି । ଟିଭି, ଓ୍ବାସିଂମେସିନ, ଗ୍ରାଇଣ୍ଡର ମିଳିଛି । ଯାହା ବ୍ୟବହାରରେ ନଲାଗି ଗୋଦାମରେ ପଡ଼ି ଖତ ଖାଉଛି । ଅନ୍ତେବାସୀଙ୍କ ପାଇଁ ସରକାରୀ ଅନୁଦାନ ଆସୁଛି । ସ୍ବାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉଛି । କିନ୍ତୁ ଅନୁଦାନ ଠିକ୍ ବାଟରେ ବିନିଯୋଗ ହୋଇପାରୁନି । ପରିଚାଳନା ଗତ ତ୍ରୁଟି ହେଉ ଅବା କତ୍ତୃପକ୍ଷଙ୍କ ନିରୀକ୍ଷଣ ଅଭାବରୁ ଆଜି ଯାଏଁ ଛାତ୍ରାବାସର ନିଜସ୍ବ କୋଠା ନିର୍ମାଣ ହୋଇପାରିନି । ଫଳରେ ବହୁ ସମସ୍ୟାର ଶିକାର ହେଉଛନ୍ତି ଅନ୍ତେବାସୀ । ଯାହା ପ୍ରଶାସନର ଚରମ ଅବହେଳାକୁ ଇଙ୍ଗିତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/16/school-2025-12-16-17-56-24.jpg)