ସ୍କୁଲ ଅଛି, ନାହାନ୍ତି ଶିକ୍ଷକ; ବର୍ଷେ ହେଲାଣି ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ବର୍ଷେ ହେବ ଜଣେ ଶିକ୍ଷକଙ୍କ ଭରସାରେ ଚାଲିଛି ବିଦ୍ୟାଳୟ । ଶିକ୍ଷକ ଅଭାବରୁ ବାଧାପ୍ରାପ୍ତ ହେଉଛି ଶିକ୍ଷାଦାନ । ତେଣୁ ଏଠାରେ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଛାତ୍ରଛାତ୍ରୀ ।

5
କନକ ବ୍ୟୁରୋ: ସ୍କୁଲ ଅଛି, ପିଲା ବି ଅଛନ୍ତି । ହେଲେ ପାଠପଢ଼ାଇବାକୁ ନାହାନ୍ତି ଶିକ୍ଷକ । ବର୍ଷେ ହେଲାଣି ସ୍କୁଲ କାମ ବୁଝିବା ସହ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପଢାଇକୁ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ଏଭଳି ବିଦ୍ୟାଳୟ ଅଛି ଖଣି ବହୁଳ ପୁଣି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଧାତିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୯୭୫ ମସିହାରେ ପ୍ରତିଷ୍ଠିତ ବିଦ୍ୟାଳୟରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ରହିଛି । ବର୍ଷେ ହେବ ଜଣେ ଶିକ୍ଷକଙ୍କ ଭରସାରେ ଚାଲିଛି ବିଦ୍ୟାଳୟ । ଶିକ୍ଷକ ଅଭାବରୁ ବାଧାପ୍ରାପ୍ତ ହେଉଛି ଶିକ୍ଷାଦାନ । ତେଣୁ ଏଠାରେ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଛାତ୍ରଛାତ୍ରୀ ।
ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତର ଏକାଧିକ ଗାଁର ପିଲାମାନେ ଏଠାରେ ପାଠ ପଢ଼ୁଥିଲେ । ଏବେ ଶିକ୍ଷକ ସମସ୍ୟା ଯୋଗୁଁ ଏଠାରେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ଟିସି ନେଇ ଅନ୍ୟତ୍ର ନାମ ଲେଖାଉଛନ୍ତି । ଅଭିଭାବକମାନେ ମଧ୍ୟ ଧାତିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପିଲାଙ୍କୁ ପଠାଇବାକୁ ଚାହୁନାହାନ୍ତି ।
ଜଣେ ଶିକ୍ଷକ ଯୋଗୁଁ ପାଠପଢ଼ା ସଂପୂର୍ଣ୍ଣ ଭୁଶୁଡ଼ି ପଡିଛି । ଖଣି ଭରା ଜିଲ୍ଲା କେନ୍ଦୁଝର । ପୁଣି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା । ଯଦି ଏଠାରେ ଏଭଳି ଅବ୍ୟବସ୍ଥା, ତେବେ ରାଜ୍ୟର ଅନ୍ୟ ଅନୁନ୍ନତ ଅଞ୍ଚଳର ଚିତ୍ର କିପରି ଥିବଥରେ ଅନୁମାନ କରନ୍ତୁ । 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe