କନକବ୍ୟୁରୋ: ରକ୍ତ ହିନତାର ଶିକାର ହୋଇଛନ୍ତି  ଆଶ୍ରମ ସ୍କଲର ଛାତ୍ରଛାତ୍ରୀ । ସ୍କୁଲର ଅଧାରୁ ଅଧିକ ଛାତ୍ରଛାତ୍ରୀ ଏନିମିୟା ବା ରକ୍ତ ହିନତାରେ ପୀଡିତ । ପିଲାଙ୍କ ସ୍ୱାସ୍ଥ୍ୟ ଯାଂଚ ବେଳେ ଧରା ପଡିଛି ଏଭଳି  ସାଙ୍ଗାତିକ ତଥ୍ୟ । ଏହାର ଏକ୍ସକ୍ଲୁସିଭ ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ ।

Advertisment

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଚିଲିକା ନୂଅପଡା  ମେଡିକାଲର  ମୁଖ୍ୟ ଡାକ୍ତର ଏ କଥାକୁ ସ୍ୱୀକାର କରିଛନ୍ତି । କୃଷ୍ଣପ୍ରସାଦ ରସକୁଦିୁ  ଆଶ୍ରମ ବିଦ୍ୟାଳୟରୁ ଏହି ଚିନ୍ତଜନକ ଖବର ଆସିଛି । ୨୯୯ ଜଣ  ଛାତ୍ରଛାତ୍ରୀ ମଧ୍ୟରୁ ପ୍ରାୟ ପୂର୍ବରୁ ୧୩୬ ଜଣ ଛାତ୍ରଛାତ୍ରୀ  ରକ୍ତ ହିନତା ପୀଡିତ ଥିବା ଜଣାପଡ଼ିଥିଲା ।

ଦୁଇ ମାସ ପରେ ପୁଣି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ମେଡିକାଲ ଏକ ସ୍ୱତନ୍ତ୍ର ଟିମ ରସକୁଦି ଆଶ୍ରମ ବିଦ୍ୟାଳୟରେ ପହଂଚି ପରୀକ୍ଷା କରିଛନ୍ତି । ୬୩ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ସମସ୍ତେ  ପୁଣି ରକ୍ତ ହିନତାର ଶିକାର ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଯଦି  ଛାତ୍ରଛାତ୍ରୀମାନଙ୍କୁ ସଠିକ ଢଙ୍ଗରେ ଖାଦ୍ୟ ଏବଂ ଆଇରନ ବଟିକା  ଦିଆନଯାଏ ତେବେ ସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି । ସମ୍ପୁର୍ଣ୍ଣ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ଏଭଳି ସ୍ଥିତି, ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠିଛି  ।