କନକ ବ୍ୟୁରୋ : ପିକଅପ୍ ଭ୍ୟାନରେ ଆସିଲା ବେଳେ ଗତକାଲି ସ୍କୁଲ ଛାତ୍ରଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା, ଭ୍ୟାନ୍‌ରେ ସ୍କୁଲ ପିଲାଙ୍କୁ ନେବା ଆଣିବା ନିୟମ ପାଳନ ହୋଇନାହିଁ। ସ୍କୁଲ ପିଲାଙ୍କ ଯିବା ଆସିବା ନେଇ ରାଜ୍ୟ ପରିବହନ ବିଭାଗ ନିୟମ ଜାରି କରିଛି । ପ୍ରତିଦିନ କୁନି କୁନି ପିଲା ଟାଟା ଏସି, ଅଟୋ ରିକ୍ସାରେ ଏମିତି ବିପଦପୂର୍ଣ୍ଣ ଭାବେ ସ୍କୁଲକୁ ଯିବାଆସିବା କରୁଛନ୍ତି । ହେଲେ ସରକାରୀ ନିୟମ କିଛି ଅଲଗା କହୁଛି । ୨୦୧୬ ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ 

Advertisment

-ଅଟୋ ରିକ୍ସା, ଓମିନି, ଟାଟା ଏସି ଭଳି ଗାଡ଼ିରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରିପାରିବେ ନାହିଁ 
-ଯଦି ନେବା ଆଣିବା କରିବେ ତାହାଲେ ଗାଡ଼ିରେ ହ୍ୟାଙ୍ଗର, ସେଫଟି ଗ୍ରିଲ୍, ଅଗ୍ନି ନିର୍ବାପକ ଯନ୍ତ୍ର, ଫାଷ୍ଟଏଡ୍ ବକ୍ସ ରଖିବା ବାଧ୍ୟତାମୂଳକ
- ଗାଡ଼ିରେ ସ୍କୁଲ ଡ୍ୟୁଟି ବୋଲି ଦର୍ଶାଇବା ମଧ୍ୟ ବାଧ୍ୟତାମୂଳକ
ତେବେ ସରକାରୀ ନିର୍ଦେଶନାମା ସଂପର୍କରେ ଡ୍ରାଇଭର ଜାଣିନଥିବା କହିଛନ୍ତି । କିନ୍ତୁ ଆଗକୁ ନିୟମ ମାନିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

 ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା କଥା ଯେ, ସ୍କୁଲ ତରଫରୁ ସବୁ ଅଭିଭାବକଙ୍କୁ ଅବଗତ କରାଯାଇଛି। ପିଲାଙ୍କୁ ସ୍କୁଲ ନେବା ଆଣିବା କଲାବେଳେ ନିରାପତ୍ତାକୁ ଗୁରୁତ୍ୱକୁ ଦେବାପାଇଁ କୁହାଯାଇଛି। ସେପଟେ ଅଭିଭାବକ ସ୍ବୀକାର କରିଛନ୍ତି, କିଛି ସ୍କୁଲରେ ବସ୍ ସୁବିଧା ନଥିବାରୁ ଖୋଲାମେଲା ଅଟୋ କିମ୍ବା ଟାଟା ଏସି ଭଳି ଗାଡ଼ିରେ ପିଲାଙ୍କୁ ବିପଦପୂର୍ଣ୍ଣ ଭାବେ ସ୍କୁଲ ଚାଡୁଛନ୍ତି।  ଏବେ ଦେଖିବାର କଥା ନିୟମ ଜାଣିବା ପରେ ଗାଡ଼ି ଡ୍ରାଇଭର ଏସବୁକୁ ପାଳନ କରୁଛନ୍ତି ନା ନାହିଁ।