କନକ ବ୍ୟୁରୋ :  ସରକାରୀ ବିଦ୍ୟାଳୟର ନାହିଁ ନିଜସ୍ୱ ଘର ନାହିଁ। ପୁରୁଣା ଘର ଭାଙ୍ଗିରୁଜି ଯିବାରୁ ଅଙ୍ଗନବାଡି ଘରେ ଚାଲିଛି ପାଠପଢ଼ା। ଗୋଟିଏ ଘରେ ଏକାଠି ବସୁଛନ୍ତି ଅଙ୍ଗନୱାଡି ପିଲାଙ୍କ ସହ ସ୍କୁଲ ପିଲା। ୪୦ ଜଣ ପିଲା ଗୋଟିଏ ସ୍ଥାନରେ ବସିବାରୁ ପାଠପଢ଼ା ସହ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ସମସ୍ୟା ହେଉଛି। ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ସିରେଇଁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ।

Advertisment

୧୯୬୯ରୁ ପ୍ରତିଷ୍ଠା ହୋଇଛି ସିରେଇଁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ପଞ୍ଚମ ଯାଏଁ ୨୫ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଅଙ୍ଗନବାଡିରେ ବସିବାରୁ ଶିକ୍ଷାଦାନର ଅବ୍ୟବସ୍ଥା ନେଇ ବାରମ୍ୱାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।  ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ। ସେମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବିଦ୍ୟାଳୟ କୋଠା ନିର୍ମାଣ କରିବାକୁ ଦାବି ହୋଇଛି।