ସ୍କୁଲ ବସ୍- ଟ୍ରାକ୍ଟର ମୁହାଁମୁହିଁ ଧକ୍କା ; ବସ୍ ଡ୍ରାଇଭର ସହ ୪ ଛାତ୍ର ଆହତ

Advertisment

ସ୍କୁଲ ବସ୍‌, ଟ୍ରାକ୍ଟର ମୁହାଁମୁହିଁ ଧକ୍କା  । ବସ୍ ଡ୍ରାଇଭର ସମେତ ୪ ଛାତ୍ର ଆହତ। ଗଞ୍ଜାମ ଦିଗପହଣ୍ଡି କୁସପଡ଼ା ନିକଟରେ ଦୁର୍ଘଟଣା । ଟ୍ରାକ୍ଟର ଡ୍ରାଇଭର ଫେରାର ।

ସ୍କୁଲ ବସ୍‌, ଟ୍ରାକ୍ଟର ମୁହାଁମୁହିଁ ଧକ୍କା  । ବସ୍ ଡ୍ରାଇଭର ସମେତ ୪ ଛାତ୍ର ଆହତ। ଗଞ୍ଜାମ ଦିଗପହଣ୍ଡି କୁସପଡ଼ା ନିକଟରେ ଦୁର୍ଘଟଣା । ଟ୍ରାକ୍ଟର ଡ୍ରାଇଭର ଫେରାର ।

accident gajpati

accident gajpati Photograph: (KanakNews)

କନକ ବ୍ୟୁରୋ : ସ୍କୁଲ୍‌ ବସକୁ ପିଟିଦେଲା ଟ୍ରାକ୍ଟର, ଚାଳକ ଗୁରୁତର । ଗଞ୍ଜାମ ଦିଗପହଣ୍ଡି ବ୍ଲକ କୁସପଡା ନିକଟରେ ଦୁର୍ଘଟଣା । ଜ୍ଞାନଶ୍ରୀ ପବ୍ଲିକ ସ୍କୁଲର ବସ୍‌ଟି ଗୋକର୍ଣ୍ଣପୁରରୁ କୁସପଡା ଅଭିମୁଖେ ଯାଉଥିବାବେଳେ ଅଘଟଣ । ବିପରିତ ଦିଗରୁ ଆସୁଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ସ୍କୁଲ୍‌ ବସ୍‌କୁ ପିଟିଛି । ଘଟଣାରେ ଟ୍ରାକ୍ଟର ଚାଳକ ଫେରାର ଥିବାବେଳେ ବସ୍ ଚାଳକ ଗୁରୁତର ହୋଇଛନ୍ତି । ଏହାସହ ବସରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ଜଣ ଆହତ ହୋଇଛନ୍ତି । ବେଳେ ସେମାନଙ୍କୁ ଦିଗପହଣ୍ଡି ମେଡିକାଲକୁ ପଠାଇଦିଆଯାଇଛି ଓ ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ଆଉ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe