ସମସ୍ତ ଯୋଗ୍ୟ ଭୋଟରଙ୍କୁ ନୂଆ ଭୋଟର ପରିଚୟ ପତ୍ର ପ୍ରଦାନ ଯୋଜନା : ନୂଆ ପରିଚୟପତ୍ର ପାଇଁ ଇସିଙ୍କ ଲକ୍ଷ୍ୟ

ବିହାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ ନୂଆ ଭୋଟର ପରିଚୟ ପତ୍ର ପ୍ରଦାନ କରିବାକୁ ଭାରତର ନିର୍ବାଚନ କମିସନ (ଇସିଆଇ) ଯୋଜନା କରୁଛି

BIHAR

Photograph: (KANAKNEWS)

କନକବ୍ୟୁରୋ : ବିହାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ ନୂଆ ଭୋଟର ପରିଚୟ ପତ୍ର ପ୍ରଦାନ କରିବାକୁ ଭାରତର ନିର୍ବାଚନ କମିସନ (ଇସିଆଇ) ଯୋଜନା କରୁଛି । ଏହି ପଦକ୍ଷେପ ସ୍ୱତନ୍ତ୍ର  ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଆରମ୍ଭ ହେବ । ଏହି ପ୍ରକ୍ରିୟାରେ ପ୍ରାୟ ୭.୨୪ କୋଟି ଭୋଟରଙ୍କର ଘରେ  ଯାଞ୍ଚ କରାଯାଇଛି  ।  ଡ୍ରାଫ୍ଟ ଭୋଟର ତାଲିକା ଅଗଷ୍ଟ ୧ ତାରିଖରେ ପ୍ରକାଶ ପାଇଥିବା ବେଳେ ଚୂଡ଼ାନ୍ତ ତାଲିକା ସେପ୍ଟେମ୍ବର ୩୦ରେ ପ୍ରକାଶିତ ହେବ ।

ଭୋଟରମାନେ ନୂଆ ଫଟୋଗ୍ରାଫ ଏବଂ ଗଣନା ଫର୍ମ ଜମା କରିଛନ୍ତି, ଯାହା  ନୂଆ ପରିଚୟପତ୍ର ଜାରି କରିବା ପାଇଁ ବ୍ୟବହୃତ ହେବ। ତେବେ, କମିସନ ଏହି ନୂଆ ପରିଚୟପତ୍ର ଜାରି କରିବାର ସମୟ ଏବଂ ପ୍ରକ୍ରିୟା ଚୂଡ଼ାନ୍ତ କରିନାହାନ୍ତି ।  ବିହାରରେ ଭୋଟ ଦେବା ସହଜ କରିବା ପାଇଁ ପୋଲିଂ ଷ୍ଟେସନରେ ଭୋଟର ସଂଖ୍ୟା ୧୫ ଶହରୁ ୧୨ ଶହକୁ ହ୍ରାସ କରାଯାଇଛି, ଯାହା ଦ୍ୱାରା ଭିଡ଼ କମିବ ।  ଫଳସ୍ୱରୂପ, ପୋଲିଂ ଷ୍ଟେସନର ସଂଖ୍ୟା ୭୭ ହଜାରରୁ ବଢ଼ି ୯୦ ହଜାରକୁ ବୃଦ୍ଧି ପାଇଛି। ଏହି ପୁନଃସଂଗଠନ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଦେଶବ୍ୟାପୀ ଲାଗୁ ହେବ ବୋଲି ଜଣାପଡ଼ିଛି ।

ସମସ୍ତ ଯୋଗ୍ୟ ଭୋଟରଙ୍କ ଘରେ ଯାଞ୍ଚ ହୋଇଛି
ପୋଲିଂ ବୁଥ୍‌ ପୁନଃସଂଗଠନ ପ୍ରକ୍ରିୟା ସମଗ୍ର ଦେଶରେ ଲାଗୁ ହେବ

ଏହି ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ଯେ ଏହା ସୀମାନ୍ତ ଅଞ୍ଚଳରେ ଭୋଟରଙ୍କୁ ତାଲିକାରୁ ବାଦ ଦେଇପାରେ। ସୁପ୍ରିମକୋର୍ଟ ନିର୍ବାଚନ କମିସନକୁ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ଆଧାରରେ ୬୫ ଲକ୍ଷ ବାଦ ପଡ଼ିଥିବା ନାମର ତଥ୍ୟ ଅଗଷ୍ଟ ୧୯ ତାରିଖରେ ପ୍ରକାଶ କରାଯାଇଛି । ନଭେମ୍ବର ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କମିସନ ସ୍ୱଚ୍ଛ ଓ ସମାବେଶୀ ଭୋଟର ତାଲିକା ସଂଶୋଧନ ପାଇଁ ପ୍ରୟାସ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe