କନକ ବ୍ୟୁରୋ: ସହଦେବ ନାୟକ ହତ୍ୟାର ମାଷ୍ଟରମାଇଣ୍ଡ ଲକ୍ଷ୍ମୀଧର ନାୟକ ଓ ତା ସ୍ତ୍ରୀ ଲିପିକା ନାୟକ । ପୁଲିସ ସାମ୍ନାରେ ନୀରହ ଭଳି ଅଭିନୟ କରୁଥିବା ଏହି ଚେହେରା ହେଉଛି ହତ୍ୟାକାରୀ । ବ୍ରାଉନ ସୁଗାର ବେପାରରେ ଜେଲରେ ଥିବାବେଳେ ସହଦେବ ହତ୍ୟାର ଦିନଗଣୁଥିଲା ଲିପିକା । ୫ ତାରିଖରେ ଜାମିନରେ ଜେଲରୁ ବାହାରିଲା ଓ ୬ ଜଣ ମିଶି ହତ୍ୟାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେ । ଆଉ ୮ ତାରିଖ ସକାଳୁ ସକାଳୁ ରସୁଲଗଡ ଓଭରବ୍ରିଜରେ ସହଦେବଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଲେ ।

Advertisment
  • ନଦୀରୁ ମିଳିଲା ହାଣିବା ଅସ୍ତ୍ର
  • ସହଦେବ ହତ୍ୟାର ହେଲା ସିନ ରିକ୍ରିଏସନ 

ରାସ୍ତା ଉପରେ ବୀଭତ୍ସ ହତ୍ୟା ପରେ ଫେରାର ବେଳେ ଦୟାନଦୀରେ ଫିଙ୍ଗିଦେଇଥିଲେ ରକ୍ତର ଛିଟା ଲାଗିଥିବା ଧାରୁଆ ଖଣ୍ଡା । ସିନ ରିକ୍ରିଏସନ ବେଳେ ଅଭିଯୁକ୍ତ ଲକ୍ଷ୍ମୀଧର ଖଣ୍ଡା ଲୁଚାଇବା ସ୍ଥାନ ପୁଲିସକୁ ଦେଖାଇଥିଲା । ଆଉ  ହତ୍ୟା ପରେ କେମିତି ଏହି ସ୍ଥାନକୁ ଆସିଥିଲା ଅଭିଯୁକ୍ତ ଲକ୍ଷ୍ମୀଧର ତାକୁ ଗୋଟି ଗୋଟି କରି ପୁଲିସକୁ କହିଥିଲା ।

  • ଅଭିଯୁକ୍ତ କହିଲା ହତ୍ୟା ପଛର କାରଣ
  • ୩ ନୁହେଁ ୫ଜଣେ ଥିଲେ ଷଡଯନ୍ତ୍ରରେ ସାମିଲ 

ସହଦେବ ନାୟକ ହତ୍ୟାରେ ସାମିଲ ଥିଲେ ୫ ଅଭିଯୁକ୍ତ। ଏମାନଙ୍କ ମଧ୍ୟରେ ଅଛନ୍ତି ୨ ମହିଳା । କାଲି ଲକ୍ଷ୍ମୀଧର ସହ ସ୍ତ୍ରୀ ଲିପିକା ନାୟକ ଓ ରକି ନାୟକ ଗିରଫ ହୋଇଥିଲେ । ଆଜି  ରାକେଶ ନାୟକ ଓ ଲକି ନାୟକ ଗିରଫ ହୋଇଛନ୍ତି। କମିଶନରେଟ ପୁଲିସ ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣାର ପର୍ଦ୍ଦାଫାସ କରିଛି ।

  • ଲକ୍ଷ୍ମୀଧର ସ୍ତ୍ରୀ ଲିପିକା ହତ୍ୟା ଷଡଯନ୍ତ୍ରର ଥିଲା ସୁତ୍ରଧର
  • ୭ ତାରିଖରେ ଡୁମୁଡୁମାରେ ହତ୍ୟା ପାଇଁ ଯୋଜନା ହୋଇଥିଲା
  • ଦୁଇଟି ବାଇକରେ ଚାରିଜଣ ଆସି ରାସ୍ତାରେ ସହଦେବଙ୍କୁ ହାଣିଥିଲେ
  • ଡିସ୍କଭରି ବାଇକରେ ଥିଲେ ଲିପିକା ଓ ଲକ୍ଷ୍ମୀଧର
  • ପଲସର ବାଇକରେ ଆସିଥିଲେ ରକି ଓ ସୁଶାନ୍ତ  

ହତ୍ୟାରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତ ସୁଶାନ୍ତ ଏବେ ବି ଫେରାର ଅଛି । ହତ୍ୟାପଛର କାରଣ ନିଶା କାରବାର ବୋଲି ଜଣାପଡିଛି । ଘଟଣାରେ ଆଉ କାହାର ସଂପୃକ୍ତି ଥିବା ସନ୍ଦେହ କରି ଅଧିକ ଖୋଳତାଡ଼ କରୁଛି ପୁଲିସ। ସିନ ରିକ୍ରିଏସନ ବେଳେ କ୍ରାଇମ ସ୍ପଟରୁ ହତ୍ୟା ପାଇଁ ବ୍ୟବହାର କରାଯାଇଥିବା ବ୍ୟାଗ, ଚାପଡ଼, କପଡ଼ା ଓ ପଥର ଜବତ କରାଯାଇଛି। ତେବେ ହତ୍ୟାକାଣ୍ଡର ୧୨ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତକୁ ଧରିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କାର୍ଡ । ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।