କନକ ବ୍ୟୁରୋ : ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ପ୍ରାୟ ୪୫ ମିନିଟ୍ ଧରି କରାଗଲା ସିନ ରିକ୍ରିଏସନ୍ । ଫାରୋ କ୍ୟାମେରାରେ ସବୁ ସିନ୍ ରେକର୍ଡ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍। ପ୍ରଥମେ ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ୍ ଟିମ ତଦନ୍ତ କରୁଛି। କ’ଣ ଘଟିଥିଲା ସେଦିନ ରାତିରେ ତାକୁ ନେଇ ଚାଲିଛି ତଦନ୍ତ । ଥାନା ଭିତରେ ସବୁ ଦିଗକୁ ନେଇ ଯାଞ୍ଚ କରିଛି ଟିମ୍ । ତଦନ୍ତ ପ୍ରକିୟାର ଭିଡିଓଗ୍ରାଫି କରାଯାଉଛି । ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୋଲିସ ଉପସ୍ଥିତ ରହିଛନ୍ତି । ଏହା ପରେ ପଥରଗାଡ଼ିଆ ଅଞ୍ଚଳରେ ପୀଡ଼ିତାଙ୍କ ସହିତ ଦୁର୍ବ୍ୟବହାର ହୋଇଥିବା ସ୍ଥାନକୁ ବି ଯିବ ଟିମ୍ । 

Advertisment

ଗତ ୧୪ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ୍ ରୋମିଓଙ୍କ ଦ୍ବାରା ଦୁର୍ବ୍ୟବହାର ସହ ଆକ୍ରମଣ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ଏହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବା ବେଳେ ପୋଲିସ ମଧ୍ୟ ନିର୍ୟାତନା ଦେଇଥିବା ଅଭିଯୋଗ ଆଣିଥିଲେ ପୀଡ଼ିତା । ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଘଟଣାର ତଦନ୍ତ କରୁଛି । ସେପଟେ କ୍ୟାପ୍‌ଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ପିଏସ୍‌ଓ ପ୍ରଦାନ କରାଯାଇଛି । ସେମାନେ ଦୁଇ ଜଣଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇବେ । ସୁରକ୍ଷା ପାଇଁ ପୀଡ଼ିତାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।