କନକ ବ୍ୟୁରୋ: ବ୍ରହ୍ମପୁର ଏମକେସିଜି ପରେ କଟକ ବଡ଼ ମେଡ଼ିକାଲ କଲେଜରେ ରାଗିଂ ଅଭିଯୋଗ । ଏମବିବିଏସ୍ ପ୍ରଥମ ବର୍ଷ ଛାତ୍ର ଆଣିଛନ୍ତି ଅଭିଯୋଗ । ଶେଷ ବର୍ଷ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଛାତ୍ର । ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଂ କମିଟି ବୈଠକ ବସିଛି । ଅଭିଯୋଗ ଆଣିଥିବା ଛାତ୍ର ଦେଇଥିବା ତଥ୍ୟ ଆଧାରରେ ଯାଞ୍ଚ ଆରମ୍ଭ ହୋଇଛି ।