ସାଇବର୍ ଠକଙ୍କ ସାଂଘାତିକ କାମ । ରାଷ୍ଟ୍ରପତିଙ୍କ ନାଁରେ ଖୋଲିଲେ ମିଛ ଆକାଉଣ୍ଟ୍ ,ମେସେଜ୍ କଲେ,‘‘ଜୟ ହିନ୍ଦ୍ , ଆପଣ କେମିତି ଅଛନ୍ତି?’’

ନିକଟରେ ଝାଡଖଣ୍ଡର ହଜାରୀବାଗ୍ ଅଞ୍ଚଳରେ ରହୁଥିବା ଫେସବୁକ୍ ୟୁଜର୍ ମଣ୍ଟୁ ସୋନୀଙ୍କ ପାଖକୁ ଏକ ଫ୍ରେଣ୍ଡ୍ ରିକ୍ବେଷ୍ଟ୍ ନୋଟିଫିକେସନ୍ ଆସିଥିଲା। ଏହି ଫ୍ରୋଫାଇଲରେ ୟୁଜରନେମ୍ , ପ୍ରୋଫାଇଲ୍ ଫଟୋ ଏବଂ ସଂପୂର୍ଣ୍ଣ ଡିଟେଲ୍ସ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ଥିଲା।

president 001

ସମାଜରେ ଆଧୁନିକତାର ପ୍ରଗତି ଯେତେ ବଢୁଛି , ମଣିଷ ସୋସିଆଲ୍ ମିଡିଆ ଆଡକୁ ସେତେ ଅଗ୍ରସର ହେଉଛି । ପର୍ବପର୍ବାଣୀ , ଭ୍ରମଣ , ସୁଖଦୁଃଖ ପ୍ରତିଟି ମୂହୁର୍ତ୍ତକୁ ସୋସିଆଲ୍ ମିଡ଼ିଆରେ ପ୍ରକାଶ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ସୋସିଆଲ୍ ମିଡ଼ିଆ ଯେମିତି ମଣିଷର ନିତିଦିନିଆ ଜୀବନରେ ପ୍ରବେଶ କରିଛି , ଠିକ୍ ସେମିତି ସାଇବର୍ କ୍ରାଇମର ଧାରା ମଧ୍ୟ ବଢିଛି। ଏମିତି କେଉଁ ଦିନ ନାହିଁ ଯେଉଁଦିନ ଶୁଣିନଥିବେ ଯେ ସାଇବର୍ ଠକେଇ କାରଣରୁ ଉକ୍ତ ବ୍ୟକ୍ତିଙ୍କର ଏତିକି ଟଙ୍କା ଆକାଉଣ୍ଟରୁ ଗାଏବ୍ ହୋଇଯାଇଛି। ସଂକ୍ଷେପରେ କହିବାକୁ ଗଲେ ଫର୍ଜି ସୋସିଆଲ୍ ଆକାଉଣ୍ଟଟିଏ ଖୋଲି ଲୋକଙ୍କୁ ଠକିବା ସାଇବର୍ ସ୍କାମରଙ୍କ ବାମ ହାତର ଖେଳ ପାଲଟିଗଲାଣି। ନାମୀଦାମୀ ତାରକା , ନକଲି ବ୍ରାଣ୍ଡ୍ , ବଡ଼ ପଦପଦବୀରେ ଅଭିଷିକ୍ତ ଅଫିସରଙ୍କ ନାଁକୁ ବ୍ୟବହାର କରି ଘୋଟାଲା କରାଯାଉଛି । ଟିଭି,ଫ୍ରିଜ୍,କାରର ଲୋଭ ଦେଖାଇ ନୀରିହ ଲୋକଙ୍କୁ ଫସାଇ ଟଙ୍କା ଠକାଯାଉଛି । କିନ୍ତୁ ନେଡି ଗୋଡ଼ କହୁଣୀକୁ ସେତେବେଳେ ବୋହିଗଲା ଯେତେବେଳେ ସ୍କାମର୍ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମିଛ ଆକାଉଣ୍ଟ୍ ଖୋଲିଲେ।

dsfrserferf

ନିକଟରେ ଝାଡଖଣ୍ଡର ହଜାରୀବାଗ୍ ଅଞ୍ଚଳରେ ରହୁଥିବା ଫେସବୁକ୍ ୟୁଜର୍ ମଣ୍ଟୁ ସୋନୀଙ୍କ ପାଖକୁ ଏକ ଫ୍ରେଣ୍ଡ୍ ରିକ୍ବେଷ୍ଟ୍ ନୋଟିଫିକେସନ୍ ଆସିଥିଲା। ଏହି ଫ୍ରୋଫାଇଲରେ ୟୁଜରନେମ୍ , ପ୍ରୋଫାଇଲ୍ ଫଟୋ ଏବଂ ସଂପୂର୍ଣ୍ଣ ଡିଟେଲ୍ସ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ଥିଲା। ରାଷ୍ଟ୍ରପତିଙ୍କ ନାଁରେ ଖୋଲାଯାଇଥିବା ଏହି ଫେସବୁକ୍ ଆକାଉଣ୍ଟର ମେସେଞ୍ଜରରେ ମଣ୍ଟୁଙ୍କ ପାଖକୁ ଏକ ମେସେଜ୍ ଆସିଲା , ‘‘ଜୟ ହିନ୍ଦ୍ , ଆପଣ କେମିତି ଅଛନ୍ତି?’’ ମୁଁ ଫେସବୁକ୍ ବହୁତ କମ୍ ବ୍ୟବହାର କରୁଛି , ମତେ ନିଜର ହ୍ବାଟସଆପ୍ ନମ୍ବର ଦିଅନ୍ତୁ । ମଣ୍ଟୁ ରାଷ୍ଟ୍ରପତିଙ୍କ ଫଟୋ ଲାଗିଥିବା ପ୍ରୋଫାଇଲରୁ ମେସେଜ୍ ଆସିଥିବା ଦେଖି ବହୁତ ଖୁସି ହୋଇଗଲେ ଏବଂ ନିଜର ନମ୍ବର ଦେଇଦେଲେ। କିଛି ସମୟ ପରେ ମେସେଞ୍ଜରରେ ଏକ ମେସେଜ୍ ଆସିଲା ଯେଉଁଥିରେ ଲେଖାଥିଲା , ‘ ଆମେ ଆପଣଙ୍କ ନମ୍ବର ସେଭ୍ କରିସାରିଛୁ ଏବଂ ଆପଣଙ୍କୁ ହ୍ବାଟସଆପ୍ କୋଡ୍ ପଠାଇଦେଇଛୁ ।  ଯାହା ଆପଣଙ୍କ ହ୍ବାଟସଆପ୍ କୁ ଚାଲିଯାଇଛି , ତୁରନ୍ତ ୬ ଅଙ୍କବିଶିଷ୍ଟ କୋଡଟିକୁ ପଠାଇଦିଅନ୍ତୁ ।’ ଏସବୁ ଦେଖିବା ପରେ ସାଇବର୍ ସ୍କାମରଙ୍କ ଟାର୍ଗେଟରେ ଥିବା ମଣ୍ଟୁ ସୋନୀଙ୍କ ମନରେ ସନ୍ଦେହ ଜାତ ହେଲା। ମଣ୍ଟୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ରାଷ୍ଟ୍ରପତି ଭବନ , ଝାଡ଼ଖଣ୍ଡ ପୁଲିସ୍ ଏବଂ ଅନ୍ୟ ୟୁଜରଙ୍କୁ ଟ୍ୟାଗ୍ କରି ଉକ୍ତ ଘଟଣାର ଯାଞ୍ଚ୍ କରିବା ପାଇଁ ଅନୁରୋଧ କଲେ । 

ବର୍ତ୍ତମାନ ଘଟଣାରେ ତତ୍ପରତା ଦେଖାଇ ଫେସବୁକ୍ ପୋଷ୍ଟର ଡିଟେଲ୍ସ ଯାଞ୍ଚ୍ କରିବା ଆରମ୍ଭ କରିସାରିଛି ରାଞ୍ଚୀ ପୁଲିସ୍ । ତେବେ ଆପଣଙ୍କ ପାଖକୁ ଯଦି ଏମିତି କିଛି ନକଲି ଆକାଉଣ୍ଟରୁ ମେସେଜ୍ ଆସୁଛି ଏବଂ ଓଟିପି ପଠାଇବା ପାଇଁ କୁହାଯାଉଛି ତାହେଲେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ ନଚେତ୍ ହଇରାଣରେ ପଡ଼ିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe