କନକ ବ୍ୟୁରୋ : ଚାକିରି ପଛରେ ବଡ଼ ଦୁର୍ନୀତି , ଘଣ୍ଟା ଘଣ୍ଟା ଧରି ଘାଣ୍ଟୁଛି ସିବିଆଇ । ସକାଳୁ ସକାଳୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ଟିମର ଅତର୍କିତ ଚଢ଼ାଉ କରିଛି । ନାଲ୍କୋରେ ଚାକିରି କରାଇ ଦେବା ନାଁରେ ବଡ଼ କେଳେଙ୍କାରୀ ହୋଇଥିବା ନେଇ ଅଭିଯୋଗ ପାଇବା ପରେ ଭୁବନେଶ୍ୱର ନାଲ୍କୋ ଅଫିସରେ ପସି କାଗଜପତ୍ର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । କିଛି କର୍ମଚାରୀଙ୍କୁ ଝାଳବୁହା ଜେରା ସହ, ବହୁତ ଗୁଡିଏ ଦସ୍ତାବିଜ ଯାଞ୍ଚ କରି ଜବତ କରିଛି ।
୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଚାକିରି କରାଇ ଦେବାକୁ କହି ଜାଲ କାଗଜପତ୍ର କିମ୍ବା ଟଙ୍କା କାରବାରର ବଡ଼ ଘୋଟଲା ହୋଇଥିବା ସନ୍ଦେହ କରୁଛି ଟିମ୍ । ତେବେ ସିବିଆଇ ଏହି କଥା ଜାଣିବା ପରେ ଦୁର୍ନୀତିରେ ଲିପ୍ତ ଦଲାଲ କାମ ଅଟକାଇ ଦେଇଛନ୍ତି । ତେବେ ଦଲାଲଙ୍କ ସମେତ ବହୁ କର୍ମକର୍ତ୍ତାମାନେ ହାତ ବାରିଶିର ଗନ୍ଧ ପାଇ ଏହି ରେଡ୍ କରାଯାଇଥିବା ସିବିଆଇ ପକ୍ଷରୁ କନକ ନ୍ୟୁଜକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/30/41-2025-09-30-13-18-17.jpg)