ଯଥାଶୀଘ୍ର ନୂଆ ରିପୋର୍ଟ ଦାଖଲ କର ; କୋଲକାତା ଡାକ୍ତରଙ୍କୁ ହତ୍ୟା ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୋଲାକାତା ଆରଜି କର୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲା ଉପରେ ଏକ ଶୁଣାଣୀ ସମୟରେ ସର୍ବୋଚ୍ଚ ଅଦାଲତ ପୁଲିସକୁ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିବା ଉପରେ ପ୍ରଶ୍ନ କରିଛନ୍ତି ।

suprimecoirt

କନକ ବ୍ୟୁରୋ: କୋଲାକାତା ଆରଜି କର୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲା ଉପରେ ଏକ ଶୁଣାଣୀ ସମୟରେ ସର୍ବୋଚ୍ଚ ଅଦାଲତ ପୁଲିସକୁ  ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିବା ଉପରେ ପ୍ରଶ୍ନ କରିଛନ୍ତି । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ବର୍ତ୍ତମାନ ସୁଦ୍ଧା କରିଥିବା ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି । ଆଜି ଏହି ରିପୋର୍ଟ ଉପରେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ପରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଗଠିତ ଖଣ୍ଡପୀଠ ଶୁଣାଣୀ କରିଥିଲେ । ମାମଲାକୁ ନେଇ ତଦନ୍ତ କେଉଁ ଦିଗରେ ଯାଉଛି ଏନେଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି ସିବିଆଇ । ହେଲେ ଯଥାଶୀଘ୍ର ଆଉ ଏକ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

କୋଲକାତା ଆର.ଜି. କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣୀ ସୋମବାର ସୁପ୍ରିମକୋର୍ଟରେ ହୋଇଛି । ସର୍ବୋଚ୍ଚନ୍ୟାୟାଳୟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରୁଥିବାବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ନୂଆ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବିଚାରପତି ଜେ.ବି. ପାର୍ଡିୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ପ୍ରଧାନ ବିଚାରପତି କହିଥିଲେ, ସିବିଆଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିଛି । ତଦନ୍ତ ଚାଲିଥିବା ନେଇ ରିପୋର୍ଟରେ କୁହାଯାଇଛି। କିନ୍ତୁ ସିବିଆଇ ଏକ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରୁ । ମଙ୍ଗଳବାର ଏହାର ସମୀକ୍ଷା କରାଯିବ। ସିବିଆଇ ମାମଲା ହାତକୁ ନେଇଥିବାରୁ ସେଥିରେ ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରଧାନ ବିଚାରପତି କହିଥିଲେ। ତେବେ ଘଟଣା ପରେ ଏତଲା ରୁଜୁ ହେବାରେ ୧୪ ଘଣ୍ଟା ବିଳମ୍ବ ହୋଇଥିବା ନେଇ ସୁପ୍ରିମକୋର୍ଟ ଅବଗତ ହୋଇଥିଲେ । ସେହିପରି ସାମାଜିକ ଗଣମାଧ୍ୟମଗୁଡ଼ିକରୁ ପୀଡ଼ିତାଙ୍କ ଫଟୋକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇଛି। ଡାକ୍ତରମାନେ ଧର୍ମଘଟ ଜାରି ରଖିଥିବାରୁ ୨୩ ରୋଗୀଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଲାଣି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

କୋଲକାତା ମାମଲା ; ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: 
ସିଜେଆଇଙ୍କ ପ୍ରଶ୍ନ-ସନ୍ଦୀପଙ୍କ ଘୋଷଙ୍କ ଘର ହସ୍ପିଟାଲଠୁ କେତେଦୂର?
ସଲିସିଟର ଜେନେରାଲଙ୍କ ଉତ୍ତର-ସନ୍ଦୀପ ଘୋଷଙ୍କ ଘର ୧୫ରୁ ୨୦ ମିନିଟି ଦୂରତାରେ ରହିଛି ।
ସିଜେଆଇଙ୍କ ପ୍ରଶ୍ନ-ପୁଲିସ କାହିଁକି ବିଳମ୍ବରେ ମାମଲା ରୁଜ କଲା?
ସିବଲଙ୍କ ଉତ୍ତର : ହତ୍ୟା ମାମଲାରେ ପୁଲିସ ୨ଟା ୫୫ମିନିଟରେ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲେ ।
ସିଜେଆଇଙ୍କ ପ୍ରଶ୍ନ-ତଦନ୍ତର ପ୍ରଥମ ଦିନରେ ତଦନ୍ତ ଓ ଉଦ୍ଧାର କେତେବେଳେ ହୋଇଥିଲା ।
ସିବଲଙ୍କ ଉତ୍ତର : ରାତି ୮ଟା ୩୦ ମିନିଟରେ କରାଯାଇଥିଲା ।


କୋର୍ଟରେ ସଲିସିଟର ଜେନେରାଲଙ୍କ ଜବାବ :
ଅଗଷ୍ଟ ୯ ସକାଳ ୯.୩୦ ମିନିଟରେ ମୃତଦେହ ମିଳିଥିଲା ।
ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା ।
ଡାକ୍ତରଙ୍କ ଶରୀରର ଅନେକ କ୍ଷତ ଚିହ୍ନ ଥିଲା ।
ରାଜ୍ୟ ସରକାରଙ୍କ ଜବାବ ଦାଖଲ କପି ଆମକୁ ମିଳିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe