ସମାଜସେବାରେ ଏସବିଆଇ ; ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ ସହାୟତା ପ୍ରଦାନ

Advertisment

 ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ପୋରେଟ୍ ସେଣ୍ଟର ମୁମ୍ବାଇର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ କୁମାର ତିୱାରୀ  ମାର୍ଚ୍ଚ ୪ତାରିଖରେ ସ୍ଥାନୀୟ ଭୁବନେଶ୍ବର ସ୍ଥିତ ବାପୁଜିନଗର ଶାଖାର ନବୀକରଣ ହୋଇଥିବା ପରିସରକୁ ଉଦ୍ଘାଟନ କରିଛନ୍ତି ।

 ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ପୋରେଟ୍ ସେଣ୍ଟର ମୁମ୍ବାଇର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ କୁମାର ତିୱାରୀ  ମାର୍ଚ୍ଚ ୪ତାରିଖରେ ସ୍ଥାନୀୟ ଭୁବନେଶ୍ବର ସ୍ଥିତ ବାପୁଜିନଗର ଶାଖାର ନବୀକରଣ ହୋଇଥିବା ପରିସରକୁ ଉଦ୍ଘାଟନ କରିଛନ୍ତି ।

SBI --

SBI -- Photograph: (kanakNews)

କନକ ବ୍ୟୁରୋ: ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ପୋରେଟ୍ ସେଣ୍ଟର ମୁମ୍ବାଇର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ କୁମାର ତିୱାରୀ  ମାର୍ଚ୍ଚ ୪ତାରିଖରେ ସ୍ଥାନୀୟ ଭୁବନେଶ୍ବର ସ୍ଥିତ ବାପୁଜୀନଗର ଶାଖାର ନବୀକରଣ ହୋଇଥିବା ପରିସରକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ତିୱାରୀ ନୟାଗଡ଼ କଳା ପରିଷଦକୁ ଏକ ସ୍କୁଲ ଭ୍ୟାନ  ପ୍ରଦାନ କରିଛନ୍ତି ।  ଏହାବ୍ୟତୀତ, ଗରିବ ଲୋକଙ୍କ ସୁବିଧା ପାଇଁ ତେଲେଙ୍ଗାପେଣ୍ଠ ସ୍ଥିତ ସ୍ଵେଚ୍ଛା ସେବୀ  ସଂଗଠନ ସଖାକୁ ଏକ ଜଳ ବିଶୁଦ୍ଧିକରଣ ଓ ଶୀତଳିକରଣ ଯନ୍ତ୍ର ପ୍ରଦାନ କରାଯାଇଛି । ସେହିଭଳି, ରେଫ୍ରିଜରେଟର ଏବଂ କ୍ରୋକେରି ଜିନିଷଗୁଡିକ ଓଡିଶା ପତୀତ ଉଦ୍ଧାର ସମିତି ଦ୍ଵାରା ପରିଚାଳିତ ଆଶ୍ରୟ ସେବାଗୃହକୁ ପ୍ରଦାନ କରାଯାଇଛି । ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ  ଦିନେଶ ପରୁଥି , ମହାପ୍ରବନ୍ଧକ  ପୋନ୍ନମବଲମ ଏମ ,  କୌଶଳ କିଶୋର ସିଂ ତଥା ଷ୍ଟେଟବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe