କନକ ବ୍ୟୁରୋ: ଆପଣଙ୍କର ଏସବିଆଇରେ ଆକାଉଣ୍ଟ ଅଛି କି? ଯଦି ଆପଣଙ୍କର ଏସବିଆଇ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଏସବିଆଇ ନିଜର ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ନିୟମରେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ଏସବିଆଇ ଗ୍ରାହକଙ୍କ ଉପରେ ପଡ଼ିବ ।
ଷ୍ଟେଟ୍ ବ୍ୟାଙ୍କ୍ ନିଜର ଇମିଡିଏଟ୍ ପେମେଣ୍ଟ ସର୍ଭିସ୍ ଜରିଆରେ ଅନଲାଇନରେ ଟଙ୍କା ପଠାଇବା ନିୟମରେ ବଡ଼ ପରବର୍ତ୍ତନ ଆଣିବାକୁ ଯାଉଛି । ଏହି ପରିବର୍ତ୍ତନ ଖାସ୍ କରି ରିଟେଲ୍ କଷ୍ଟମରଙ୍କ ପାଇଁ ରହିବ । ଏହାସହ କର୍ପୋରେଟ୍ କଷ୍ଟମରଙ୍କ ପାଇଁ ମଧ୍ୟ ଏହି ନିୟମ ସେପ୍ଟେମ୍ବର ୮ ତାରିଖରୁ ଲାଗୁ ହେବ । ଯାହାଦ୍ୱାରା କି ଏସବିଆଇ ୪୦ କୋଟି ୟୁଜର୍ସ ପ୍ରଭାବିତ ହେବେ ।
ସାଧାରଣତଃ ଇମିଡିଏଟ୍ ପେମେଣ୍ଟ ସର୍ଭିସ୍ ଅନଲାଇନରେ ଟଙ୍କା ପଠାଇବା ପାଇଁ ବ୍ୟବହାର କରାଯାଇଥାଏ । ହେଲେ ଏବେ ଏଥିପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ । ଛୋଟ ମୋଟ ଟ୍ରାଞ୍ଜାକ୍ସନକୁ ଛାଡ଼ିଦେଲେ, ଆପଣ ଯଦି ଏସବିଆଇ ଇଣ୍ଟରନେଟ୍ ବ୍ୟାଙ୍କିଂ ଏବଂ ୟୋନୋ ଜରିଆରେ ଟ୍ରାଞ୍ଜାକ୍ସନ କରୁଛନ୍ତି । ତେବେ ଆପଣଙ୍କୁ ଏଥିପାଇଁ ଅତିରିକ୍ତ ଟଙ୍କ ଦେବାକୁ ପଡ଼ିବ । ତେଣୁ ନଜର ପକାନ୍ତୁ କେତେ ଟ୍ରାଞ୍ଜାକ୍ସନ ପାଇଁ ଦେବାକୁ ପଡ଼ିବ କେତେ ଟଙ୍କା?
- ୨୫ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ପାଇଁ ୨ ଟଙ୍କା+ଜିଏସଟି ଦେବାକୁ ପଡ଼ିବ
- ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ପାଇଁ ୬ ଟଙ୍କା+ଜିଏସଟି ଦେବାକୁ ପଡ଼ିବ
- ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ପାଇଁ ୧୦ ଟଙ୍କା+ ଜିଏସଟି ଦେବାକୁ ପଡ଼ିବ
ଏହି ଟଙ୍କା କେବଳ ଅନଲାଇନ୍ ଟ୍ରାଞ୍ଜାକ୍ସନ, ଯେପରିକି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପାଇଁ ଲାଗୁ ହେବ । ତେବେ ଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କୌଣସି ବ୍ରାଞ୍ଚକୁ ଯାଇ ଟଙ୍କା କାରବାର କରୁଛନ୍ତି, ତେବେ ହଜାରେ ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ବି ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବନି । ହେଲେ ହଜାରେ ଟଙ୍କାରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହେଲେ ଆପଣଙ୍କୁ ଏଥିପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ।
- ୧ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପାଇଁ ୨ ଟଙ୍କା + ଜିଏସଟି
- ୧୦ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ପାଇଁ ୪ ଟଙ୍କା+ଜିଏସଟି
- ୨୫ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ପାଇଁ ୪ ଟଙ୍କା+ଜିଏସଟି
- ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ୧୨ ଟଙ୍କା+ଜିଏସଟି
- ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା କାରବାର ପାଇଁ ୨୦ ଟଙ୍କା+ଜିଏସଟି
ଏସବିଆଇ ନିଜର କିଛି ସ୍ପେଶାଲ ସ୍ୟାଲେରି ଆକାଉଣ୍ଟ ପାଇଁ ଏହି ଶୁଳ୍କ ଛାଡ଼ କରିଛି । ଡିଫେନ୍ସ ସ୍ୟାଲେରି ଆକାଉଣ୍ଟ ସହିତ ପୁଲିସ ସ୍ୟାଲେରି ପ୍ୟାକେଜ୍, କେନ୍ଦ୍ର ସରକାରଙ୍କ ସ୍ୟାଲେରି ପ୍ୟାକେଜ୍ ଆଉ ସହିଦଙ୍କ ପେନସନ୍ ଆକାଉଣ୍ଟକୁ ଏଥିରୁ ବାଦ୍ ଦିଆଯାଇଛି । ହେଲେ ସେପ୍ଟେମ୍ବର ୮ ତାରିଖରୁ ଏହି ନିୟମ କିନ୍ତୁ କର୍ପୋରେଟ ଗ୍ରାହକଙ୍କ ପାଇଁ ଲାଗୁ ହେବ । ଯାହାର ସିଧାସଳଖ ପ୍ରଭାବ ଏସବିଆଇ ଗ୍ରାହକଙ୍କ ଉପରେ ପଡ଼ିବ ।