କନକବ୍ୟୁରୋ : 'ସୈୟାରା' ଝଡ଼ରେ ଫିକା ପଡ଼ିଲେ ସୁପରଷ୍ଟାର । ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ ସେମାନଙ୍କ ଫିଲ୍ମକୁ ପଛରେ ପକାଇଲେ ବଲିଉଡ କଳାକାର ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡା । ଏହି ଚଳଚ୍ଚିତ୍ର ଏବେ ସମସ୍ତଙ୍କୁ ଫିକା କରିଛି ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ସମସ୍ତ ସୁପରଷ୍ଟାରକୁ ଫିକା କରିଛି ଏହି 'ସୈୟାରା' ଫିଲ୍ଲ ।
/filters:format(webp)/kanak/media/media_files/2025/07/25/sayanra-2025-07-25-11-30-47.jpg)
ଫିଲ୍ମଟି ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡ଼ୁଥିବାର ଅନେକ ଭିଡିଓ ସାମ୍ନାକୁ ଆସୁଛି । ଅଧିକାଂଶ ଯୁବପିଢିଙ୍କୁ ଏହି ଫିଲ୍ଲଟି ଆକୃଷ୍ଟ କରିଛି କାହିଁକି ନାଁ ବର୍ତ୍ତମାନ ଯୁବପିଢିକୁ ଲକ୍ଷ୍ୟ କରି ଏହି ଫିଲ୍ଲ ଟି ହୋଇଛି । ଫିଲ୍ମର କାହାଣୀ କେତେ ମାତ୍ରାରେ ପ୍ରଭାବ ପକାଇଛି ।
/filters:format(webp)/kanak/media/media_files/2025/07/25/seyanra-1-2025-07-25-11-31-16.jpg)
ଏହାର ଫିଲ୍ମର ଆୟରୁ ସ୍ପଷ୍ଟ ହୋଇଛି। ମାତ୍ର ୪ଦିନରେ ୧୦୦କୋଟି କ୍ଲବରେ ପ୍ରବେଶ କରିଛି ଏହି ଫିଲ୍ମ। ଯାହା ଅନ୍ୟ ବଡ଼ ବଜେଟ ଫିଲ୍ମ ବେଳେ ବେଳେ କରିପାରେ ନାହିଁ, ତାହା କରି ଦେଖାଇଛି 'ସୈୟାରା'। ଫିଲ୍ମର ବଜେଟ ୬୦କୋଟି ଥିବା ବେଳେ ଏବେ ଫିଲ୍ମ ୧୦୦କୋଟିରୁ ଅଧିକ ଆୟ କରି ସୁପରହିଟ୍ ସାବ୍ୟସ୍ତ ହୋଇଛି । ଏହି ଫିଲ୍ମଟି ଅକ୍ଷୟ କୁମାରଙ୍କ କେଶରୀ ୨ର ଘରୋଇ ବକ୍ସ ଅଫିସ ସଂଗ୍ରହକୁ ପଛରେ ପକାଇସାରିଛି ।