କନକ ବ୍ୟୁରୋ: ଆସୁଛି ଶ୍ରାବଣ ମାସ । ଶ୍ରାବଣ ମାସ ମହାଦେବଙ୍କ ବହୁତ ପ୍ରିୟ । କୁହାଯାଇଥାଏ, ଯେଉଁ ଭକ୍ତ ଶ୍ରାବଣ ମାସରେ ଶିବଙ୍କୁ ଗୋଟିଏ ଢାଳ ଜଳ ଅର୍ପଣ କରେ ମହାଦେବ ସେହି ଭକ୍ତ ଉପରେ ଖୁସି ହୋଇ ତାର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ହେଲେ ଶ୍ରାବଣ ମାସରେ କିଛି କାର୍ଯ୍ୟକୁ ବାରଣ କରାଯାଇଥାଏ । ଯେପରି କି ଶ୍ରାବଣରେ ତୁଳସୀ ଛୁଇଁବା ମନା । କୁହାଯାଇଥାଏ ଏହି ମାସରେ ତୁଳସୀ ଗଛରୁ ପତ୍ର ଛିଡାଇଲେ ମହାଦେବଙ୍କ ପୂଜା ଅଧୁରା ରହିଯାଇଥାଏ । ହେଲେ କାହିଁକି ତୁଳସୀକୁ ଛୁଇବା ମନା ଆସନ୍ତୁ ଜାଣିବା ।
/filters:format(webp)/kanak/media/media_files/2025/07/09/tulsi-2025-07-09-16-03-32.jpg)
ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ଏବଂ ପୂଜନୀୟ ମନେକରାଯାଇଥାଏ । ତୁଳସୀ ଭଗବାନ ବିଷ୍ଣଙ୍କ ଅତିପ୍ରିୟ ଆଉ ଏଥିରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ବାସ୍ତବରେ ଶ୍ରାବଣ ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଥାନ୍ତି । ଆଉ ତୁଳସୀ ମା ମଧ୍ୟ ବିଶ୍ରାମ କରିଥାନ୍ତି । ଏହି ସମୟରେ ତୁଳସୀକୁ ଛିଇଁବା ବା ତୁଳସୀ ପତ୍ର ଛିଡାଇବା ମା ତୁଳସୀଙ୍କ ଅପମାନ କରିବା ସହ ସମାନ ହୋଇଥାଏ ।
/filters:format(webp)/kanak/media/media_files/2025/07/09/tulsi-2025-07-09-16-05-03.jpg)
ଗରୁଡ଼ ପୁରାଣ ଅନୁସାରେ ଆଷାଢ ଶୁକ୍ଲ ଏକାଦଶୀରୁ ନେଇ କାର୍ତ୍ତିକ ଶୁକ୍ଲ ଏକାଦଶୀ ଅର୍ଥାତ ତୁଳସୀ ବିବାହ ପର୍ଯ୍ୟନ୍ତ ତୁଳସୀ କୁ ଛୁଇଁବା ଉଚିତ୍ ନୁହେଁ । କୁହାଯାଇଥାଏ ଏପରି କରିବା ଦ୍ବାରା ପାପ ଲାଗିଥାଏ । ମାନ୍ୟତା ଅନୁସାରେ ଏହି ସମୟରେ ତୁଳସୀ ମା ତପସ୍ୟାରେ ଲିନ ହୋଇଥାନ୍ତି ଆଉ ତାଙ୍କୁ ସ୍ପର୍ଶ କରିବା ଶୁଭ ହୋଇନଥାଏ । ଶ୍ରାବଣ ମାସ ଶିବ ଭକ୍ତଙ୍କ ପାଇଁ ବହୁତ ମହତ୍ବପୂର୍ଣ୍ଣ । ଏହି ମାସରେ ଭକ୍ତ ଶିବଲିଙ୍ଗ ଉପରେ ବେଲପତ୍ର, କ୍ଷୀର, ଜଳ, ଧତୁରା ଇତ୍ୟାଦି ଚଢାଇଥାନ୍ତି । କିନ୍ତୁ ଧ୍ୟାନ ରଖନ୍ତୁ ଶିବଲିଙ୍ଗ ଉପରେ ଭୁଲରେ ମଧ୍ୟ ତୁଳସୀ ଚଢାନ୍ତୁ ନାହିଁ । କୁହାଯାଏ ଶିବଲିଙ୍ଗରେ ତୁଳସୀ ଚଢାଇଲେ ପୂଜାର ଫଳ ପ୍ରାପ୍ତି ହୋଇନଥାଏ ଏବଂ ପୂଜା ନିଷ୍ଫଳ ହୋଇଥାଏ ।