କନକ ବ୍ୟୁରୋ: ଅଦ୍ଭୁତ ମହାଦେବଙ୍କର ଏହି ୭ ମନ୍ଦିର । ଏହି ମନ୍ଦିର ସୃଷ୍ଟିରେ ସାମିଲ ଅଛନ୍ତି ପଞ୍ଚତତ୍ବ । ଜଳ, ବାୟୁ, ଅଗ୍ନି, ପୃଥିବୀ ଏବଂ ଆକାଶ ଏହି ୭ ମନ୍ଦିରର ସୃଷ୍ଟିର ପାଲଟିଛନ୍ତି ମୁକସାଖି । ଏହି ଚମତ୍କାରୀ ମନ୍ଦିର ଦେଖିବକା ମିଳିଛି କେଦାର ନାଥରେ । ଶିବ-ଶକ୍ତି ରେଖା ଉପରେ ଅବସ୍ଥିତ ମହାଦେବଙ୍କର ଏହି ୭ ଟି ଚମତ୍କାରୀ ମନ୍ଦିର । ଉତ୍ତରାଖଣ୍ଡର କେଦାରନାଥ ଜ୍ୟୋତିର୍ଲିଙ୍ଗଠାରୁ ଦକ୍ଷିଣ ଭାରତର ରାମେଶ୍ୱରମ୍ ଜ୍ୟୋତିର୍ଲିଙ୍ଗ ପର୍ଯ୍ୟନ୍ତ ଏହି ଆଶ୍ଚର୍ଯ୍ୟଜନକ ଆଧ୍ୟାତ୍ମିକ ସଂଯୋଗ ଦେଖାଯାଇଛି । ତେବେ କେଦାରନାଥ ଏବଂ ରାମେଶ୍ବର ମଧ୍ୟରେ ଦୂରତା ପାଖାପାଖି ୨,୩୮୨ କିଲୋମିଟର । ଏହାର ସିଧାରେ ପଡିଥାଏ ଏହି ୭ ମନ୍ଦିର ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେଦାରନାଥ, ରାମେଶ୍ୱରମ୍ ଜ୍ୟୋତିର୍ଲିଙ୍ଗ ଏହି ଦୁଇଟି ଧାର୍ମକ ସ୍ଥଳ ପ୍ରାୟ ୭୯ ଡିଗ୍ରୀ ଦ୍ରାଘିମାରେ ଅବସ୍ଥିତ । ଏହି ରେଖାକୁ ହିଁ ଶିବ ରେଖା କୁହାଯାଇଥାଏ । ଶିବ-ଶକ୍ତି ରେଖାରେ ଅବସ୍ଥିତ ଶିବଙ୍କର ଏହି ୭ ମନ୍ଦିର ନା କେବଳ ଭୌଗଳିକ ଦୃଷ୍ଟିକୋଣରୁ ସ୍ବତନ୍ତ୍ର ନୁହେଁ ବରଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ମହତ୍ବ ରହିଥାଏ । ପଞ୍ଚତତ୍ବରେ ଗଢା ହୋଇଥିବା ଏହି ମନ୍ଦିର ଆକାଶ ଆଡକୁ ଲମ୍ବିଛି । ଯାହା ୫ ପ୍ରମୁଖ ଶିବ ମନ୍ଦିରରେ ସାମିଲ । ବିଶ୍ୱାସ କରାଯାଏ ଯେ ଶ୍ରୀକାଳହସ୍ତି ଶିବ ମନ୍ଦିର ଜଳ, ଏକାମ୍ବେଶ୍ୱରନାଥ ମନ୍ଦିର ଅଗ୍ନି,, ଅରୁଣାଚଳେଶ୍ୱର ମନ୍ଦିର ବାୟୁ, ଜମ୍ବୁକେଶ୍ୱର ମନ୍ଦିର ପୃଥିବୀ ଏବଂ ଥିଲାଇ ନଟରାଜ ମନ୍ଦିର ଆକାଶରେ ତିଆରି ତତ୍ବ କୁ ନେଇ ସୃଷ୍ଟି ହୋଇଛି । ଏହି ପଞ୍ଚଭୂତ ମନ୍ଦିରଗୁଡ଼ିକ ସହିତ, କେଦାରନାଥ ଏବଂ ରାମେଶ୍ୱରମ୍ ଭଳି ପବିତ୍ର ଜ୍ୟୋତିର୍ଲିଙ୍ଗଗୁଡ଼ିକ ଏହି ସିଧା ସରଳରେଖାରେ ଅବସ୍ଥିତ, ଯାହା ଏହାକୁ ଆହୁରି ରହସ୍ୟମୟ ଏବଂ ଦିବ୍ୟ କରିଥାଏ ।
କେଦାରନାଥ ଧାମ : ଶିବଶକ୍ତି ରେଖାରେ ପ୍ରଥମ ଶିବ ମନ୍ଦିର ହେଉଛି ଉତ୍ତରାଖଣ୍ଡର କେଦାରନାଥ ଧାମ । କେଦାରନାଥ ଧାମ ହେଉଛି ଏହା ହିମାଳୟରେ ଅବସ୍ଥିତ ଯାହା ଦେଶର ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏହି ମନ୍ଦିରଟି ୭୯.୦୬୬୯ ଡିଗ୍ରୀ ଦ୍ରାଘିମାରେ ଅବସ୍ଥିତ। କେଦାରନାଥ ଧାମକୁ ଅର୍ଦ୍ଧ ଜ୍ୟୋତିର୍ଲିଙ୍ଗ କୁହାଯାଏ ।
କାଳହସ୍ତି ମନ୍ଦିର : କାଳହସ୍ତି ମନ୍ଦିର ଯାହା ଆନ୍ଧ୍ର ପ୍ରଦେଶର ଚିତୁରରେ ଅବସ୍ଥିତ । ଏହା ଏକ ପ୍ରଶିଦ୍ଧ ହିନ୍ଦୁ ମନ୍ଦିର ଯାହା ଭଗବାନ ଶିବଙ୍କୁ ସମର୍ପିତ ।
ଏକାମ୍ବେଶ୍ବର ମନ୍ଦିର: ଏହି ମନ୍ଦିର ‘ପୃଥିବୀ ତତ୍ତ୍ଵ’ର ପ୍ରତୀକ ଅଟେ । ଏଠାରେ ଥିବା ଶିବଲିଙ୍ଗ ବାଲିରେ ନିର୍ମିତ ଏବଂ ଏହାକୁ ସ୍ୱୟଂ ଦେବୀ ପାର୍ବତୀ ଗଢ଼ିଥିଲେ ବୋଲି କୁହାଯାଏ ।
ଅରୁଣାଚଳଶ୍ବେର ମନ୍ଦିର : ଏହା ‘ଅଗ୍ନି ତତ୍ତ୍ଵ’କୁ ପ୍ରତିପାଦିତ କରେ । ଏଠାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପର୍ବତ ଉପରେ ଏକ ବିଶାଳ ଦୀପ ଜଳାଯାଏ, ଯାହା ଭଗବାନ ଶିବଙ୍କ ଅଗ୍ନି ସ୍ୱରୂପର ପ୍ରତୀକ ।
ଥିଲଇ ନଟରାଜ ମନ୍ଦିର: ଏହି ମନ୍ଦିର ‘ଆକାଶ ତତ୍ତ୍ଵ’ର ପ୍ରତୀକ ଅଟେ । ଏଠାରେ ଭଗବାନ ଶିବଙ୍କୁ ତାଙ୍କର ଆନନ୍ଦ ତାଣ୍ଡବ ମୁଦ୍ରାରେ ପୂଜା କରାଯାଏ ଏବଂ ଏଠାରେ ଏକ ରହସ୍ୟମୟ ସ୍ଥାନ ରହିଛି ଯାହା ‘ଚିଦାମ୍ବର ରହସ୍ୟ’ ଭାବେ ପରିଚିତ ।
ଜମ୍ବୁକେଶ୍ବର ମନ୍ଦିର : ଏହି ମନ୍ଦିର ତାମିଲନାଡୁ ର ତିରୁଚିରାପଲ୍ଲି ରେ ଅବସ୍ଥିତ । ଏହି ପାଖାପାଖି ୧୮୦୦ ବର୍ଷ ପୁରୁଣା । ଏହି ମନ୍ଦିର ଜଳ ତତ୍ବକୁ ବହନ କରିଥାଏ।
ରାମେଶ୍ବର ମନ୍ଦିର : ରାମେଶ୍ବର ମନ୍ଦିର ତାମିଲନାଡୁ ରାଜ୍ୟରେ ଅବସ୍ଥିତ । ଏହା ଏକ ପ୍ରଶିଦ୍ଧ ହିନ୍ଦୁ ତୀର୍ଥ ସ୍ଥଳ । ଏହା ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। ତେବେ ଶ୍ରାବଣ ମାସ ଚାଲିଥିବାରୁ ଶିବ ଭକ୍ତ ଏଠାରେ ଦର୍ଶନ କରିବା ପାଇଁ ଭିଡ ଲାଗିଛନ୍ତି ।