୧୦ ହଜାରରୁ ଅଧିକ ବେଆଇନ ପ୍ରବାସୀଙ୍କୁ ଦେଶରୁ ତଡ଼ିଲା ସାଉଦି ଆରବ

Advertisment

ଜାନୁଆରି ପ୍ରଥମ ସପ୍ତାହରେ, ୧୮,୮୩୬ ବେଆଇନ ପ୍ରବାସୀଙ୍କୁ ଗିରଫ କରାଯାଇ ସେମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ଦେଶାନ୍ତର କରାଯାଇଛି । ନିର୍ଦ୍ଦେଶ ଅନୁଯାୟୀଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

ଜାନୁଆରି ପ୍ରଥମ ସପ୍ତାହରେ, ୧୮,୮୩୬ ବେଆଇନ ପ୍ରବାସୀଙ୍କୁ ଗିରଫ କରାଯାଇ ସେମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ଦେଶାନ୍ତର କରାଯାଇଛି । ନିର୍ଦ୍ଦେଶ ଅନୁଯାୟୀଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

Saudi

Saudi Photograph: (Kanak News)

କନକ ବ୍ୟୁରୋ : ସାଉଦି ଆରବ ବେଆଇନ ପ୍ରବାସୀଙ୍କ ବିରୋଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛି । ଜାନୁଆରି ପ୍ରଥମ ସପ୍ତାହରେ, ୧୮,୮୩୬ ବେଆଇନ ପ୍ରବାସୀଙ୍କୁ ଗିରଫ କରାଯାଇ ସେମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ଦେଶାନ୍ତର କରାଯାଇଛି । ନିର୍ଦ୍ଦେଶ ଅନୁଯାୟୀଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଶ୍ରମ ଓ ସୀମା ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦେଶାନ୍ତର କରାଯାଉଛି । ସାଉଦି ଗୃହ ମନ୍ତ୍ରଣାଳୟ ରିପୋର୍ଟ କରିଛି, ସୁରକ୍ଷା ବାହିନୀ ଏବଂ ସରକାରୀ ସଂସ୍ଥାଗୁଡ଼ିକୁ ନେଇ ଏକ ମିଳିତ ଅଭିଯାନରେ ଜାନୁଆରି ୧ ରୁ ୭ ମଧ୍ୟରେ ଗିରଫଦାରୀ କରାଯାଇଥିଲା । ଅଟକ ରଖାଯାଇଥିବା ଲୋକଙ୍କ ମଧ୍ୟରୁ ୧୧,୭୧୦ ଜଣ ବାସସ୍ଥାନ ଆଇନ ଉଲ୍ଲଂଘନ କରୁଥିବା ବେଳେ ୪,୨୩୯ ଜଣ ସୀମା ସୁରକ୍ଷା ନିୟମ ଉଲ୍ଲଂଘନ କରିଥିଲେ । ସେହିପରି ୨,୮୮୭ ଜଣ ଶ୍ରମ ଆଇନ ଉଲ୍ଲଂଘନ କରୁଥିବା ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଦେଶାନ୍ତର କରାଯାଇଛି ଏବଂ ଅବଶିଷ୍ଟ ଲୋକଙ୍କୁ ସାଉଦି ଆରବରୁ ବାହାର କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ସାଉଦି ଗୃହ ମନ୍ତ୍ରଣାଳୟ ରିପୋର୍ଟ କରିଛି ।

ଏହା ପୂର୍ବରୁ ୧୦,୧୯୫ ଜଣଙ୍କୁ ଦେଶାନ୍ତର କରାଯାଇଥିଲା । ଏହା ସହିତ, ୨୦,୯୫୬ ଉଲ୍ଲଂଘନକାରୀଙ୍କୁ ଯାତ୍ରା ଡକ୍ୟୁମେଣ୍ଟ ପାଇବା ପାଇଁ ସେମାନଙ୍କ କୂଟନୈତିକ ମିଶନକୁ ପଠାଇ ଦିଆଯାଇଛି । ସେହିପରି ୫,୨୦୧ ଜଣଙ୍କୁ ଦେଶାନ୍ତର କରାଯିବା ପୂର୍ବରୁ ଯାତ୍ରା ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ଖୁବ୍ ଶୀଘ୍ର ସାଉଦି ଆରବରୁ ବାହାର କରାଯିବ । ସାଉଦି କର୍ତ୍ତୃପକ୍ଷ କହିଛନ୍ତି,୧,୭୪୧ ଜଣଙ୍କୁ ବେଆଇନ ଭାବରେ ଦେଶରେ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ପାଇଁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ୩୯ ପ୍ରତିଶତ ୟେମେନରୁ ବିସ୍ଥାପିତ ହୋଇଥିବା ଲୋକ । ସେହିପରି ୬୦ ପ୍ପ୍ରତିଶତ ଇଥିଓପିଆ ନାଗରିକ ଓ ଏକ ପ୍ରତିଶତ ଅନ୍ୟ ଦେଶର ଲୋକେ । ଏହା ସହିତ ୪୬ ଜଣଙ୍କୁ ବେଆଇନ ଭାବରେ ଦେଶ ଛାଡିବାକୁ ଚେଷ୍ଟା କରିବା ସମୟରେ ଅଟକ ରଖାଯାଇଥିଲା ।

ଅଧିକ ପଢ଼ନ୍ତୁ---୪ କାରଖାନାରୁ ଚଳିତବର୍ଷ ଉତ୍ପାଦନ ହେବ ସେମିକଣ୍ଡକ୍ଟର

ସାଉଦି ଆରବ ପକ୍ଷରୁ ବେଆଇନ ଭାବରେ ଦେଶକୁ ପ୍ରବେଶ କରିବାରେ ସାହାଯ୍ୟ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବେଆଇନ ପ୍ରବାସୀଙ୍କୁ ପରିବହନରେ ସହାୟତା କରିବା, ବାସସ୍ଥାନ ଯୋଗାଇବା ତଥା ନିଯୁକ୍ତି ପ୍ରଦାନ କରିଥିବା ଅଭିଯୋଗରେ ୧୯ ଜଣଙ୍କୁ ଗିରଫ କରାଯାଇଛି । ଏଭଳି ବ୍ୟକ୍ତିଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ଏବଂ ୧୦ ଲକ୍ଷ ପର୍ଯ୍ୟନ୍ତ ସାଉଦି ରିୟାଲ ଜରିମାନା ହୋଇପାରେ । ଅପରାଧରେ ବ୍ୟବହୃତ ଯାନବାହନ ଏବଂ ସମ୍ପତ୍ତି ମଧ୍ୟ ଜବତ କରାଯାଇପାରେ ବୋଲି ଗୃହ ମନ୍ତ୍ରଣାଳୟ କହିଛି । ସାଉଦି ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଅଭିଯାନର ଅଂଶ ସ୍ୱରୂପ ବର୍ତ୍ତମାନ ୨୮,୨୨୦ ପୁରୁଷ ଏବଂ ୧,୬୦୩ ମହିଳା ସମେତ ୨୯,୮୨୩ ବିଦେଶୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe