କନକ ବ୍ୟୁରୋ : ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା, ଦଣ୍ଡାଧିକାରୀ ଏବଂ କର୍ମଫଳ ଦାତା ବୋଲି କୁହାଯାଏ । ନବଗ୍ରହମାନଙ୍କ ମଧ୍ୟରେ ଶନିଙ୍କର ବିଶେଷ ସ୍ଥାନ ରହିଛି । ବର୍ତ୍ତମାନ ଶନି ଦେବ ମୀନ ରାଶିରେ ବକ୍ରୀ ଅବସ୍ଥାରେ ବିରାଜମାନ ଅଛନ୍ତି ଏବଂ ଜୁନ୍ ୨୦୨୭ ପର୍ଯ୍ୟନ୍ତ ଏହି ରାଶିରେ ଭ୍ରମଣ କରିବେ । ଜ୍ୟୋତିଷ ଗଣନା ଅନୁଯାୟୀ, ପ୍ରାୟ ୧୩୮ ଦିନର ବକ୍ରୀ ଚାଲି ପରେ ଶନି ୨୮ ନଭେମ୍ବର ୨୦୨୫ ରେ ମାର୍ଗୀ ହେବେ । ଶନିଙ୍କ ମାର୍ଗୀ ହେବା ଅନେକ ରାଶିର ବ୍ୟକ୍ତିବିଷେଶଙ୍କ ପାଇଁ ଶୁଭ ଅବସର ଆଣିବ କିନ୍ତୁ ଯେଉଁ ରାଶି ଉପରେ ଏହି ସମୟରେ ଶନିଙ୍କ ସାଢ଼େସାତିର ପ୍ରଭାବ ରହିଛି, ସେମାନଙ୍କୁ ବିଶେଷ ସତର୍କ ରହିବାକୁ ପଡ଼ିବ । ଆସନ୍ତୁ ଜାଣିବା ଶନି ମାର୍ଗୀ ହେବା ପରେ କେଉଁ ରାଶିର ଲୋକଙ୍କୁ ସାବଧାନ ରହିବାକୁ ପଡ଼ିବ ।

Advertisment

ମେଷ ରାଶି  

ମେଷ ରାଶିର ଜାତକମାନେ ଏହି ସମୟରେ ଶନିଙ୍କ ସାଢ଼େସାତିର ପ୍ରଭାବରେ ଅଛନ୍ତି । ଶନି ମାର୍ଗୀ ହେବା ପରେ ଏହି ଲୋକମାନଙ୍କ ପାଇଁ ଏହି ସମୟ ମିଶ୍ରିତ ଫଳାଫଳ ଦେବାର ସମ୍ଭାବନା ରହିଛି । ଏହି ସମୟରେ କୌଣସି ନିଷ୍ପତ୍ତି ଶୀଘ୍ର ନିଅନ୍ତୁ ନାହିଁ ନଚେତ୍ କ୍ଷତି ସହିବାକୁ ପଡ଼ିପାରେ । କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ । ପରିବାରରେ ମଧ୍ୟ ଛୋଟ ଛୋଟ କଥାରେ ମତଭେଦର ସମ୍ଭାବନା ରହିବ ।

ମୀନ ରାଶି  

ମୀନ ରାଶିର ଜାତକଙ୍କ ପାଇଁ ଏହି ସମୟ ସବୁଠାରୁ ଚ୍ୟାଲେଞ୍ଜିଂ ହୋଇପାରେ । ଶନିଙ୍କ ମାର୍ଗୀ ହେବା ପରେ ମାନସିକ ଚିନ୍ତା, ଆର୍ଥିକ କ୍ଷତି ଏବଂ ଋଣ ବଢ଼ିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ଅବହେଳା ମଧ୍ୟ ଭାରି ପଡ଼ିପାରେ । ପାରିବାରିକ ଜୀବନରେ ମଧ୍ୟ ଅସନ୍ତୋଷର ସ୍ଥିତି ରହିପାରେ ।

କୁମ୍ଭ ରାଶି  

କୁମ୍ଭ ରାଶିର ଜାତକମାନେ ଶନିଙ୍କ ସାଢ଼େସାତିର ପ୍ରଭାବରେ ଅଛନ୍ତି । ଆର୍ଥିକ ସଙ୍କଟ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସାମ୍ନାକୁ ଆସିପାରେ । ଚାକିରି କରୁଥିବା ଲୋକମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ବ୍ୟବସାୟୀମାନଙ୍କୁ ଟଙ୍କା କାରବାରରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ଏହି ସମୟରେ ପରିବାରର ବୃଦ୍ଧ ସଦସ୍ୟଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଜରୁରୀ ।