କନକ ବ୍ୟୁରୋ : ସାରା ବିଶ୍ବ ଦେଖିଲା ଭାରତୀୟ ସେନାର ପରାକ୍ରମ । ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଛି ଅପରେସନ୍‌ ସିନ୍ଦୂର । କେବଳ ପାକିସ୍ତାନରେ ଆଡ୍ଡା ଜମାଇଥିବା ଆତଙ୍କବାଦୀଙ୍କ ଠିକଣାର ଧ୍ବଂସ ହୋଇନି, ପାକ୍‌ ଏୟାରବେସ୍‌ ମଧ୍ୟ ମାଟିରେ ମିଶିଛି । 

Advertisment

ଧ୍ବଂସଲୀଳାର ସାଟେଲାଇଟ୍‌ ଫଟୋ
-ପାକ୍‌ ସେନାର ମେରୁଦଣ୍ଡ କୁହାଯାଉଥିବା ନୁରଖାନ ଓ ମୁରିଦ ଏୟାରବେସ୍‌କୁ ଧ୍ବଂସ କରିଛି ଭାରତ 
-ପୂର୍ବରୁ ଭିଡିଓ ଜାରି ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ସାଟେଲାଇଟ୍‌ ଫଟୋ
-ପାକିସ୍ତାନ ଚକବାଲରେ ଥିବା ମୁରିଦ ଏୟାରବେସ୍‌ ରହିଛି  
-ରାୱଲପିଣ୍ଡିରେ ଥିବା ନୁରଖାନ ଏୟାରବେସ୍‌ର ଧ୍ବଂସ ଚିତ୍ର 
-ଉଭୟ ଏୟାରବେସ୍‌ର ଧ୍ବଂସର ଚିତ୍ର ସାଟେଲାଇଟ୍‌ରେ କଏଦ ହୋଇଛି 
-ପାକ୍‌ ସେନା ମୁଖ୍ୟାଳୟଠୁ କେବଳ ୧୦ କିଲୋମିଟର ଦୂରରେ ରହିଛି 
-ଏଠାରେ ପାକ୍‌ ସେନା ପ୍ରତିରକ୍ଷା ଉପକରଣ, ଯୁଦ୍ଧାସ୍ତ୍ର, ଯୁଦ୍ଧ ବିମାନ ଠୁଳ କରିଥିଲା 
-ତେବେ ଆକ୍ରମଣରେ ପାକିସ୍ତାନ ଭାରିମାତ୍ରାର କ୍ଷତି ସହିଥିବା ପ୍ରମାଣ ମଧ୍ୟ ଦେଉଛି ଏହି ଫଟୋ